ଲାହୋର, ୫/4 : ପାକିସ୍ତାନରେ
ଆତଙ୍କବାଦୀମାନଙ୍କ
କାର୍ଯ୍ୟକଳାପ ସେଠାକାର
ଲୋକ ସଂସ୍କୃତିର ଏକ ଅଂଶ
ହୋଇଗଲାଣି । ଆତଙ୍କବାଦୀ
ମାନଙ୍କୁ ସେଠାରେ ସାଧାରଣ
ଜନତା ତ ଛାଡ଼ ନେତା,
ରାଜନେତା ଏପରିକି ଅଦାଲତ
ମଧ୍ୟ ସମ୍ମାନନୀୟ ବ୍ୟକ୍ତି ଭାବେ
ପରିଗଣିତ କରୁଛନ୍ତି ।
ପାକିସ୍ତାନରେ ଆତଙ୍କବାଦୀ
ମାନଙ୍କୁ ‘ସାହେବ’ ବୋଲି
ସମ୍ବୋଧିତ କରାଯାଏ ।
୨୦୦୮ରେ ୨୬/୧୧
ମୁ୍ମ୍ବାଇ ଆତଙ୍କବାଦୀ
ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ
ତଥା ଜାତିସଂଘ ଦ୍ୱାରା ଘୋଷିତ
ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ହାଫିଜ
ସଇଦ ଗତ ବର୍ଷ ନଭେମ୍ବର
ମାସରେ ଲାହୋର ହାଇକୋର୍ଟଙ୍କ
ନିର୍ଦ୍ଦେଶବଳରେ ଗୃହବନ୍ଦୀରୁ ମୁକ୍ତ
ହୋଇଥିଲା । ୨ ଦିନ ତଳେ
ଆମେରିକା ହାଫିଜ୍ର ନବଗଠିତ
ରାଜନୈତିକ ଦଳ ମିଲି ମୁସଲିମ୍
ଲିଗ୍ (ଏମ୍ଏମ୍ଏଲ୍)କୁ ମଧ୍ୟ
ଆତଙ୍କବାଦୀ ସଂଗଠନ ବୋଲି
ଘୋଷଣା କରିଥିଲା ।
ସମାଜସେବା ନାମରେ ହାଫିଜ୍
ଆତଙ୍କବାଦୀ ତିଆରି କାରଖାନା
ଖୋଲିଛି । ବିଭିନ୍ନ ସୂତ୍ରରୁ ଚାନ୍ଦା
ସଂଗ୍ରହ କରି ମଦ୍ରାସା ନାମରେ
ଆତଙ୍କବାଦୀମାନଙ୍କୁ ରୀତିମତ
ପ୍ରଶିକ୍ଷଣ ଦେଉଛି । କିନ୍ତୁ ଏହା
ପାକିସ୍ତାନର ଜନତା, ଗଣମାଧ୍ୟମ
ଓ ସରକାର ଦେଖି ଅଣଦେଖା
କରୁଥିବାବେଳେ ଲାହୋର
ହାଇକୋର୍ଟ ଆଉ ପାଦେ ଆଗକୁ
ଯାଇ କହିଛନ୍ତି ‘ହାଫିଜ୍କୁ ହାରାଶ
କରନାହିଁ, ସେ ସମାଜସେବା
କରୁଛି ।’ ଆମେରିକା ସମ୍ପର୍କରେ
କୌଣସି ଟିପ୍ପଣୀ ନ ଦେଇ
ଅଦାଲତ କହିଛନ୍ତି ପାକ୍ ସରକାର
ହାଫିଜ୍କୁ ସୁରକ୍ଷା
ଦେଇପାରୁନାହାନ୍ତି । ହାଫିଜ୍
ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ
(ମଦ୍ରାସା), ସ୍ୱାସ୍ଥ୍ୟକେନ୍ଦ୍ର (ଆହତ
ଆତଙ୍କବାଦୀଙ୍କ ପାଇଁ
ଚିକିତ୍ସାକେନ୍ଦ୍ର), ସେମିନାରୀ (ଉଗ୍ର
ଇସ୍ଲାମୀୟ ଉତ୍ତେଜକଙ୍କ
ସମ୍ମିଳନୀ)କୁ ପାକ୍ ସରକାର
ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି
ଅଦାଲତ କହିଛନ୍ତି । ହାଫିଜ୍ର
ଆତଙ୍କୀ ସଂଗଠନ ଜମାତଉଦ୍
ଦାୱା ଅଦାଲତରେ ଦାଏର
କରିଥିବା ପିଟିସନ୍ ଉପରେ
ବିଚାର କରି ଅଦାଲତ ଏହି
ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ
ସଂଗଠନ ଦର୍ଶାଇଥିଲା ଭାରତ
ଓ ଆମେରିକା ଚାପରେ ପାକ୍
ସରକାର ହାଫିଜର ସମାଜ
କଲ୍ୟାଣ ସଂଗଠନଗୁଡ଼ିକୁ
ସୁରକ୍ଷା ଦେଉନାହାନ୍ତି । ଏହି
ମାମଲାରେ ଅଦାଲତ ଆସନ୍ତା
୨୩ ତାରିଖ ସୁଦ୍ଧା ପଞ୍ଜାବ
ପ୍ରଦେଶ ସରକାର ଓ
ପାକିସ୍ତାନର ସଂଘୀୟ (କେନ୍ଦ୍ର
ସରକାର)ଙ୍କ ଠାରୁ ଜବାବ
ତଲବ କରିଛନ୍ତି ।
No comments:
Post a Comment