Wednesday, 10 October 2018

ଜୈସ ସହ ସମ୍ପର୍କ ;୩ ଛାତ୍ର ଗିରଫ


ନୂଆଦିଲ୍ଲୀ, ୧୦/୧୦: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଅନସର ଗଜୱତ ଉଲ୍‍ ହିନ୍ଦ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଜଳନ୍ଧରରୁ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି  । ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି  । ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବ ପୁଲିସର ମିଳିତ ଅଭିଯାନରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳୁଛି  । ପଞ୍ଜାବ ପୁଲିସ ଡିଜି ସୁରେଶ ଆରୋରା କହିଛନ୍ତି ଯେ, ଜଳନ୍ଧରର ସିଟି ଇନ୍‍ଷ୍ଟିଚ୍ରୁ୍ୟଟ୍‍ ଅଫ୍‍ ଇଂଜିନିୟରିଂ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଏହି ଛାତ୍ରମାନେ ପାଠ ପଢୁôଥିଲେ  । ଆଜି ପ୍ରାୟ ୯୦ ଜଣ ପୁଲିସ ଜଳନ୍ଧରର ଶାହାପୁରରେ ଥିବା ଏହି କଲେଜ୍‍ର ହଷ୍ଟେଲ୍‍ ଉପରେ ଅଚାନକ ଚଢ଼ାଉ କରିଥିଲେ  । ଚଢ଼ାଉ ସମୟରେ କଲେଜ୍‍ କର୍ତ୍ତୃପକ୍ଷ ହଡ଼ବଡ଼େଇ ଯାଇଥିଲେ  । କଲେଜରେ ଆତଙ୍କବାଦୀ କେଉଁଠୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ  । ତାଙ୍କର କୌଣସି ପ୍ରଶ୍ନର ଉତ୍ତର ନଦେଇ ସୁରକ୍ଷାକର୍ମୀମାନେ ହଷ୍ଟେଲ୍‍ ଽ ବହୁ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ପିସ୍ତଲ ଜବତ ଭିତରକୁ ଧସେଇ ପଶିଥିଲେ  । ସେଠାରେ ଜାହିଦ ଗୁଲଜାର, ମହମ୍ମଦ ଇଦ୍ରିସ ଶାହା, ନଦୀମ ଓ ୟୁସୁଫ ରଫିକ ଭଟ୍ଟ ନାମକ ୪ ଜଣ ଯୁବକଙ୍କୁ ଉଠାଇ ନେବା ସହ ତାଙ୍କ ମୁହଁରେ ଅଖା ଘୋଡ଼ାଇ ଟେକି ନେଇଥିଲେ  । ଏଥିସହିତ ସେମାନଙ୍କ କକ୍ଷରେ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ ହେବା କଲେଜ୍‍ ଓ ହଷ୍ଟେଲ୍‍ କର୍ତ୍ତୃପକ୍ଷଙ୍କୁ ବିସ୍ମିତ କରିଛି  । ସେମାନେ ଟ୍ୱିଟର ଜରିଆରେ ଆତଙ୍କବାଦୀ ସଂଗଠନ ସହ ସମନ୍ୱୟ ରକ୍ଷା କରି କାମ କରୁଥିବା ପୁଲିସ କହିଛି  ।

No comments:

Post a Comment