Monday, 1 October 2018

ଭାରତୀୟ ସୀମାରେ ପାକିସ୍ତାନ ହେଲିକପ୍ଟର


ପୁଞ୍ଛ, ୩୦/୯: ଆତଙ୍କବାଦ ପ୍ରସଙ୍ଗକୁ ନେଇ ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିନ୍ଦିତ ହୋଇଥିବା ପାକିସ୍ତାନ ସୀମାରେ ପୁଣି ଥରେ ଦୁଃସାହାସ କରିବାକୁ ଉଦ୍ୟମ କରିଛିୟ ସର୍ବଦା ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ପାକିସ୍ତାନ ଏଥର ଭାରତର ଏୟାରସ୍ପେସ ଭିତରକୁ ପଶି ଆସିଛି । ଏହାକୁ ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ପାକିସ୍ତାନର ଏକ ହେଲିକପ୍ଟର ଭାରତୀୟ ସୀମା ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ହେଲିକପ୍ଟରକୁ ଦେଖିବା ପରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ସ୍ୱରୂପ କିଛି ରାଉଣ୍ଡ ଫାୟରିଂ ମଧ୍ୟ କରିଛନ୍ତି । ଏହା ପରେ ହେଲିକପ୍ଟରଟି ·ଲି ଯାଉଥିବା ଦେଖିବାକୁ ମିଳିଛି । ନିୟମର ଉଲ୍ଲଂଘନ କରି ଭାରତୀୟ ଏୟାରସ୍ପେସକୁ ପାକିସ୍ତାନର ହେଲିକପ୍ଟର ପଶି ଆସିବା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଅଧିକ ବଢାଇ ଦେଇଛି । ମିଳିଥିବା ସୂଚନା ମୁତାବକ ରବିବାର ପୁଞ୍ଛର ଗୁଲପୁର ସେକ୍ଟରରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଏହି ହେଲିକପ୍ଟରଟି ଭାରତୀୟ ସୀମା ଭିତରେ ଦେଖିବାକୁ ମିଳିଥିଲା । ଏହା ଭାରତୀୟ ସୀମାର ଅନେକ ମିଟର ଭିତରକୁ ପଶି ଆସିଥିଲା । ଭିଡିଓରେ ସୁରକ୍ଷାବଳଙ୍କ ପକ୍ଷରୁ ଚଳାଯାଇଥିବା ଗୁଳିର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏଠାରେ କହି ରଖୁଛୁ ଯେ ଏହି ଇଲାକାକୁ ଅନୁପ୍ରବେଶକୁ ନେଇ ବହୁତ ସମ୍ବେଦନଶୀଳ କୁହାଯାଏ ।

No comments:

Post a Comment