ଜାମ୍ମୁ,୨୨/୧୦ : ଜାମ୍ମୁ-କାଶ୍ମୀରର ରାଜୌରୀ ଓ କୁଲଗାଓଁ ଜିଲ୍ଲାରେ ଗୁଳିବିନିମୟ ଘଟି ୩ ଜଣ ଯବାନ ସହିଦ୍ ହୋଇଥିବାବେଳେ ୫ ଆତଙ୍କବାଦୀ ଓ ୫ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ରବିବାର ଅପରାହ୍ନରେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅନୁପ୍ରବେଶକାରୀ ଓ ସୈନିକଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ପାକିସ୍ତାନୀ ଅନୁପ୍ରବଶେକାରୀ ପ୍ରାଣ ହରାଇଛନ୍ତି । ଶହୀଦ ଜବାନ ମାନେ ହେଲେ ହାବିଲଦାର କୌଶଲ କୁମାର (ନୌସେରା ନିବାସୀ) ଲ୍ୟାନ୍ସ ନାଇକ ରଣଜିତ ସିଂହ (ଡୋଡା ନିବାସୀ) , ରାଇଫଲ ମ୍ୟାନ ରଜତ କୁମାର ବାଶନ(ପାଲନୱାଲା ନିବାସୀ) । ମୃତ ପାକ ଅନୁପ୍ରବେଶକାରୀଙ୍କ ନିକଟରୁ ୨ଟି ଏକେ ୪୭ ରାଇଫଲ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି । ଗୁଳିବିନିମୟରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଦାମପୁର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଏହା ପୂର୍ବରୁ ରବିବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୫ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ପୁଲିସ ମୁଖପାତ୍ର କହିବା ଅନୁସାରେ ଲାରୁ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ତଲାସ ଅଭିଯାନ ଚଳାଇଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଗୁଳିବିନିମୟ ଶେଷ ହେବା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଯାଞ୍ଚ କରିଥିଲେ । ଏହି ସମୟରେ ସାଧାରଣ ନାଗରିକଙ୍କୁ ଗୁଳିବିନିମୟସ୍ଥଳ ନଯିବା ପାଇଁ କୁହାଯାଇଥିଲା । ମାତ୍ର ସ୍ଥାନୀୟ ଅଞ୍ଚଳ ଲୋକେ ଗୁଳିବିନିମୟ ସ୍ଥଳକୁ ବହୁ ସଂଖ୍ୟାରେ ଚାଲିଆସିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ନିକ୍ଷେପ କରିଥିବା ବିସ୍ଫୋରକ(ଗ୍ରେନେଡ) ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ପ୍ରାୟ ୪୦ ଜଣ ଆହତ ହୋଇଥିବା କୁଲଗାଓଁ ଡେପୁଟି ପୁଲିସ କମିଶନର କହିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା ଏହି ଘଟଣାକୁ ଦୁଃଖଦାକୟ ବୋଲି କହିଛନ୍ତି ।
Tuesday, 23 October 2018
ଅନୁପ୍ରବେଶ ଉଦ୍ୟମ ବ୍ୟଥ ର୍ ୩ ଯବାନ୍ ସହିଦ୍, ୫ ଆତଙ୍କବାଦୀ ଓ ୭ ସାଧାରଣ ନାଗରିକ ମୃତ

Subscribe to:
Post Comments (Atom)
No comments:
Post a Comment