Sunday, 7 October 2018

ଘାଟିରେ ସକ୍ରିୟ ଅଛନ୍ତି ୩୦୦ ଆତଙ୍କବାଦୀ


ଶ୍ରୀନଗର, ୭/୧୦ : ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜୋର୍‍ ଧରିଥିବାବେଳେ ସେନା ପକ୍ଷରୁ ୨ ମାସରୁ ଅଧିକ ସମୟ ଧରି ଅପରେସନ୍‍ ଅଲ୍‍ଅଉଟ ଚାଲିଛି  । ଅନ୍ୟପଟେ ସେନାକୁ ମିଳିଥିବା ସୂଚନାନୁଯାୟୀ, ସୀମାନ୍ତ ଘାଟିରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବାବେଳେ ୨୫୦ରୁ ଅଧିକ ଆତଙ୍କବାଦୀ ସୀମାରେ ପ୍ରବେଶ କରିବାକୁ ପ୍ରସ୍‍ୁତ ହୋଇ ରହିଛନ୍ତି  । ପାକିସ୍ତାନରେ ସରକାର ବଦଳିଲେ ମଧ୍ୟ ସୀମାନ୍ତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟାରେ କୌଣସି ପାର୍ଥକ୍ୟ ଦେଖାଯାଉ ନାହିଁ  । ସୂଚନାଥାଉ କି, ସେନା ପକ୍ଷରୁ କାଶ୍ମୀରରେ ଅପରେସନ୍‍ ଅଲ୍‍ଆଉଟ୍‍କୁ ସଫଳ କରିବାକୁ ବ୍ଲୁପ୍ରିଣ୍ଟ ତିଆରି ହୋଇଥିଲା  । ଏଥିନିମନ୍ତେ କାଶ୍ମୀର ମଧ୍ୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା  । ସେନା ଅଦ୍ୟାବଧି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଆହୁରି ୩୦୦ ଆତଙ୍କବାଦୀ କାଶ୍ମୀରରେ ସକ୍ରିୟ ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି 

No comments:

Post a Comment