Friday, 5 October 2018
ଆତଙ୍କବାଦୀଙ୍କ ଗୁଳିରେ ୨ ମୃତ, ୧ ଆହତ
ଶ୍ରୀନଗର,୫ ।୧୦ : ପୌର ନିର୍ବାଚନ ପୂର୍ବରୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ୨ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଶ୍ରୀନଗର କେନ୍ଦ୍ରସ୍ଥଳରେ ଶୁକ୍ରବାର ସକାଳେ ଘଟିଛି ଏହି ଘଟଣା । ମୃତକ ୨ ଜଣ ନ୍ୟାଶନାଲ କନ୍ଫରେନ୍ସର କର୍ମୀ ବୋଲି ଜଣାପଡିଛି । କାରଫାଲି ମହଲା ଅଞ୍ଚଳରେ ଆତଙ୍କବାଦୀମାନେ ଅତି ନିକଟରୁ ଗୁଳି କରିଥିଲେ । ମୃତକମାନେ ହେଲେ ନ୍ୟାସନାଲ କନଫରେନ୍ସର ସମିନା ଓ ଜବର କଦାଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେବେବୁବା ମୁଫ୍ତି ଓ ଓମାର ଅବଦୁଲ୍ଳା ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ପୁଲିସ ସୂଚନା ଅନୁସାରେ ଆତଙ୍କବାଦୀମାନେ କାରଫାଲି ମହଲା ଅଞ୍ଚଳରେ ଏହି କାଣ୍ଡ ଭିଆଇଛନ୍ତି । ଖୁବ ନିକଟରୁ ସେମାନେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ଘଟଣା ପଛରେ ହିଜ୍ବୁଲ ମୁଜାହିଦ୍ଦିନ ସଂଗଠନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛ
Subscribe to:
Post Comments (Atom)
No comments:
Post a Comment