Saturday, 22 September 2018

ପୁଲୱାମା ଓ ସୋପିଆନ୍‍ରେ ସର୍ଚ୍ଚ ଅପରେସନ୍‍ ଜାର


ଶ୍ରୀନଗର, ୨୨/୯ : ଜମ୍ମୁ-କାଶ୍ମୀର ପୁଲିସର ୩ ଜଣ କର୍ମଚାରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯିବା ପରେ ସେମାନଙ୍କ ଶବ ଉଦ୍ଧାର ହୋଇଥିଲା  । ଏହାପରେ ସିଆର୍‍ପିଏଫ୍‍, ରାଷ୍ଟ୍ରୀୟ ରାଇଫଲ୍ସର ଯୱାନ ଓ ସ୍ଥାନୀୟ ପୁଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି  । ପୁଲୱାମା ଓ ସୋପିଆନ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖେଦାଡ଼ିବା ପାଇଁ ଏହି ଅପରେସନ୍‍ ଆରମ୍ଭ ହୋଇଥିବା କୁହାଯାଉଛି  । ସର୍ଚ୍ଚ ଅପରେସନ ସମୟରେ ଆଜି ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାମାଡ଼ ହୋଇଥିଲା  । ସୋପିଆନ୍‍ ଜିଲ୍ଲାର ସେରମଲ ଅଞ୍ଚଳରେ ସେନା ଉପରକୁ ପଥରମାଡ଼ ଯୋଗୁଁ ସୁରକ୍ଷାକର୍ମୀମାନେ ଲୁହବୁହାବାଷ୍ପ ପ୍ରୟୋଗ କରିଥିଲେ  । ବିଚ୍ଛିନ୍ନତାବାଦୀ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବେଶ୍‍ କିଛି ସମୟ ଧରି ଛକାପଞ୍ଝା ଲାଗି ରହିଥିଲା  ।

Friday, 21 September 2018

୩ ପୁଲିସକର୍ମୀଙ୍କୁ ଅପହରଣ କରି ହତ୍ୟା


ଶ୍ରୀନଗର, ୨୧/୯: ‘ପୁଲିସ ଚାକିରି ଛାଡ ନହେଲେ ମର’ ବୋଲି ଧମକ ଦେଇଥିବା ପାକ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍‍ ମୁଜାହିଦ୍ଦିନ ଏବେ ପୁଲିସକର୍ମୀଙ୍କୁ ହତ୍ୟା କରି ଘାଟୀରେ ଆତଙ୍କ ଖେଳାଇଛି । ପୂର୍ବରୁ ଜନସାଧାରଣଙ୍କୁ ଭୟଭୀତ କରୁଥିବା ଏହି ସଂଗଠନ ପୁଲିସକର୍ମୀଙ୍କୁ ସମୂହ ଇସ୍ତଫା ଦେବା ପାଇଁ ମଧ୍ୟ ଚେତାବନୀ ଦେଇଛି । ଏହି କ୍ରମରେ ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରି ନେଇ ହତ୍ୟା କରିଛି ହିଜବୁଲ୍‍ ମୁଜାହିଦ୍ଦିନ  । ଜିଲ୍ଲାର ୱାଙ୍ଗମ ଅଞ୍ଚଳର ଏକ ଅର୍କାଡରୁ ଆଜି ସେମାନଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି  । ଜିଲ୍ଲାର କେପରାନ୍‍ ଓ ହିପୁରା ଅଞ୍ଚଳର ବଟଗୁଣ୍ଡ ଗ୍ରାମରୁ ଏହି ପୁଲିସକର୍ମୀମାନଙ୍କୁ ଅପହରଣ କରାଯାଇଥିଲା  । ସେମାନେ ହେଲେ କନେଷ୍ଟବଳ ନିସାର ଅହମ୍ମଦ ଓ ୨ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଫିର୍ଦ୍ଦେøଷ ଅହମ୍ମଦ ଓ କୁଲୱନ୍ତି ସିଂହ  । ଉଲ୍ଲେଖ ଯୋଗ୍ୟରେ ଗତ ଅଗଷ୍ଟ ୩୦ରେ ମଧ୍ୟ ୯ ଜଣ ପୁଲିସକର୍ମୀଙ୍କ ସମ୍ପର୍କୀୟ ଓ ୨ ଜଣ ପୁଲିସ କର୍ମୀଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ  । ଅବଶ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା  ।

ବନ୍ଦୀପୁରାରେ ୨ ଆତଙ୍କବାଦୀ ନିହତ ବନ୍ଦୀପୁରାରେ ୨


ଆତଙ୍କବାଦୀ ନିହତ
ଶ୍ରୀନଗର, ୨୧/୯ :
ଜମ୍ମୁ-କାଶ୍ମୀରର ବନ୍ଦୀପୁରା ଜିଲ୍ଲାରେ
ଏନକାଉଣ୍ଟର ଘଟି ୨ ଜଣ ଆତଙ୍କବାଦୀ
ନିହତ ହୋଇଛନ୍ତି  । ସୁମଲାର
ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି
ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା
ମିଳିଥିଲା  । ଏହାପରେ ରାଷ୍ଟ୍ରୀୟ
ରାଇଫଲ୍ସ, ରାଜ୍ୟ ପୁଲିସର ଏସ୍‍ଓଜି
ଏବଂ ସିଆର୍‍ପିଏଫ୍‍ର ଯୱାନମାନେ
କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ
କରିଥିଲେ । କର୍ଡନ ଧିରେ ଧିରେ
ସଙ୍କୁଚିତ ହେବାରୁ ଆତଙ୍କବାଦୀମାନେ
ବିବ୍ରତ ହୋଇ ଫାୟାରିଂ କରିଥିଲେ  ।
ଫଳରେ ଏନକାଉଣ୍ଟରର ସୂତ୍ରପାତ
ହୋଇଥିଲା  ।

Thursday, 20 September 2018

पाकिस्तान की नापाक हरकत : बुरहान वानी सहित २० आतंकियों को शहीद बता जारी किया डाक टिकट


बुरहान वानी को बताया ‘फ्रीडम आइकॉन’

सुरक्षाबलों के साथ मुठभेड में मारे गए हिजबुल आतंकी बुरहान वानी को पाकिस्तान ने ‘आजादी का चेहरा’ घोषित किया है। पाक ने ‘भारत के अन्याय के खिलाफ कश्मीरियों के संघर्ष’ का समर्थन करते हुए बुरहान वानी के सम्मान में २० डाक टिकट भी जारी किए हैं।
अंग्रेजी अखबार ‘टाइम्स ऑफ इंडिया’ में प्रकाशित रिपोर्ट में ‘पाकिस्तान पोस्ट’ के एक वरिष्ठ अधिकारी के हवाले से ये जानकारी दी गई है। रिपोर्ट में कहा गया है कि, कई परेशान करने वाली तस्वीरों के साथ २४ जुलाई को कराची से स्थानीय और अंतरराष्ट्रीय स्तर पर कश्मीर में रहने वाले लोगों की ‘दुर्दशा’ को उजागर करने के लिए टिकट जारी किए गए थे।
जारी किए गए टिकटों में ‘बुरहान वानी (१९९४-२०१६) आजादी का हीरो (फ्रीडम आइकॉन)’ जैसे कैप्शन लिखे गए हैं। बता दें कि ८ जुलाई, २०१६ को कश्मीर के अनंतनाग जिले में सुरक्षाबलों के साथ हुई मुठभेड में २२ वर्षीय बुरहान वानी के साथ उसके दो सहयोगी मारे गए थे।
मारे गए हिजबुल कमांडर के अलावा, ‘स्मारक’ टिकटों पर मौजूद अन्य कैप्शन में ‘रासायनिक हथियार का उपयोग’, ‘पैलेट गन’, ‘सामूहिक कब्र’, ‘ब्रेड चॉपिंग’ का उपयोग शामिल है। टिकटों पर लगाई गई तस्वीरें मुठभेडों में मारे गए आतंकवादियों की हैं।
अखबार की रिपोर्ट के अनुसार, टिकटों को ब्यूरो, कराची द्वारा ‘कश्मीर मार्टर्स डे’ पर जारी किया गया था। ई-बे पर ६.९९डॉलर (लगभग ५०० रुपये) में उपलब्ध हैं। इसकी कीमत ८ पाकिस्तानी रुपये प्रति टिकट है।

ଆତଙ୍କବାଦ ବିରୋଧି ଅଭିଯାନ ପାଇଁ ଭାରତକୁ ଆମେରିକାର ପ୍ରଶଂସା


ମୁମ୍ବାଇ,୨୦/୯ : ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧି ସଭା କଂଗ୍ରେସରେ କଣ୍ଟ୍ରି ରିପୋର୍ଟ ଅଫ୍ ଟେରୋରିଜିମ୍ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି । ଏହି ରିପୋର୍ଟରେ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରାଯାଇଛି । ଜମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ମଧ୍ୟ ଭାରତର କିଛି ରାଜ୍ୟରେ ଆତଙ୍କବାଦୀ, ଉଗବାଦୀ ଓ ମାଓବାଦୀମାନଙ୍କୁ ଯେଭଳି ସାବାଡ କରାଯାଉଛି ତାହାକୁ ଏଥିରେ ପ୍ରଶଂସା କରାଯାଇଛି । ଜମ୍ମୁକାଶ୍ମୀରୀରେ ସୀମାପାର ଆତଙ୍କବାଦୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଭାରତରେ ଅଲ୍-କାଏଦା, ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଓ ଦାଉଦ ଗୋଷ୍ଠୀ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ କରିବା ସହ ଏ କ୍ଷେତ୍ରରେ ଭାରତର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଏଥô୍ସହିତ ଆଗାମୀ ଡିସେମ୍ବରରେ ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧି ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାରତ ଆତଙ୍କବାଦ, ଉଗ୍ରବାଦ ଓ ମାଓବାଦ ସମ୍ପର୍କରେ ଆମେରିକା ସହ ତଥ୍ୟ ଆଦାନପ୍ରଦାନ କରୁବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଏଥିରେ ଗତ ମାର୍ଚ୍ଚ ୮ ତାରିଖରେ କୋଲକାତରୁ ଜମାତ-ଉଲ- ମୁଜାହିଦ୍ଦିନ୍ ବାଲାଂଦେଶର ନେତା ମହମ୍ମଦ ଇଦ୍ରିଶକୁ ଗିରଫ କରିବା ପାଇଁ ଭାରତକୁ ପ୍ରଶଂସା କରାଯାଇଛି ।

ବୁରହାନ୍ ୱାନିଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇଲା ପାକିସ୍ତାନ


ନୂଆଦିଲ୍ଲୀ,୨୦/୯ : ୨ ବର୍ଷ ତଳେ ୨୦୧୬ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ହିଜବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ବୁରହାନ ୱାନିଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଭାବେ ବର୍ଣ୍ଣନା କରିଛି । ତାର ସ୍ମୃତି ଉଦ୍ଦେଶ୍ୟରେ କରାଚିରେ ଏକ ଡାକଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଇବେ ୱେବସେଟ୍ରେ ଏହା ୬.୯୯ ଡଲାର ବା ୫ଶହ ଟଙ୍କା ମୂଲ୍ୟରେ ମିଳୁଛି । ପାକିସ୍ତାନର ମୁଦ୍ରା ଅନୁସାରେ ଏହି ଡାକଟିକଟର ମୂଲ୍ୟ ୮ ଟଙ୍କା ରଖାଯାଇଛି । ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଅନ୍ୟ ୧୯ଟି ଡାକଟିକଟରେ ବ୍ରାଡ ଚପର, ପଥର ଫିଙ୍ଗାଳିଙ୍କୁ ମାନବ ଢ଼ାଲ ଭାବେ ଉପଯୋଗ କରିବା, କାଶ୍ମୀରର ସ୍ୱାଧୀନତା ପାଇଁ ୧ ଲକ୍ଷରୁ ଅଧିକ କାଶ୍ମୀର ଜନତା ସହିଦ ହେବା, ଭାରତୀୟ ସେନାର ବର୍ବରତା ପ୍ରଭୃତି ଏହି ଡାକଟିକଟରେ ସ୍ଥାନ ପାଇଛି ।

ଆଲୋଚନା ପାଇଁ ପାକିସ୍ତାନର ନେହୁରା


ଦିଲ୍ଲୀ,୨୦/୯ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଏପରିକି ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ପାକିସ୍ତାନ ବିଧି ଓ ସୂଚନା ମନ୍ତ୍ରୀ ଯୋଗଦେବାକୁ ସେ ଉଭୟ ଦେଶ ମଧ୍ୟରେ ସୁ-ସମ୍ପର୍କର ଏକ ସଙ୍କେତ ବୋଲି ବର୍ଣ୍ଣନା କରିଛନ୍ତି । ତେଣୁ ଉଭୟ ଦେଶ ଗଠନମୂଳକ ଦିଗରେ କାର୍ଯ୍ୟ କରିବା ପାଇଁ ଇମ୍ରାନ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିବା ଜଣାପଡିଛି । ସ୍ୱର୍ଗତ ବାଜପେୟୀ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁ-ସମ୍ପର୍କ ପାଇଁ କିଭଳି ଉଦ୍ୟମ କରିଥିଲେ ତାହା ମଧ୍ୟ ସେ ମନେପକାଇ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଛନ୍ତି । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ସଦିଚ୍ଛା ନେଇ କାମକଲେ କୌଣସି ପ୍ରସଙ୍ଗ ଅସମାହିତ ରହିବ ନାହିଁ ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଚଳିତ ମାସ ନ୍ୟୁୟର୍କରେ ଭ।।ରତ ପାକ ବୈଦେଶିକମନ୍ତ୍ରୀଙ୍କ ଅନୌପଚାରିକ ଆଲୋଚନା ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ମଧ୍ୟ ଆଲୋଚନା ପାଇଁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତ ପକ୍ଷରୁ କୌଣସି ସଙ୍କେତ ଦିଆଯାଇନାହିଁ । ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଛି । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଛନ୍ତି ।