Thursday, 20 September 2018
ଆତଙ୍କବାଦ ବିରୋଧି ଅଭିଯାନ ପାଇଁ ଭାରତକୁ ଆମେରିକାର ପ୍ରଶଂସା
ମୁମ୍ବାଇ,୨୦/୯ : ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧି ସଭା କଂଗ୍ରେସରେ କଣ୍ଟ୍ରି ରିପୋର୍ଟ ଅଫ୍ ଟେରୋରିଜିମ୍ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି । ଏହି ରିପୋର୍ଟରେ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରାଯାଇଛି । ଜମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ମଧ୍ୟ ଭାରତର କିଛି ରାଜ୍ୟରେ ଆତଙ୍କବାଦୀ, ଉଗବାଦୀ ଓ ମାଓବାଦୀମାନଙ୍କୁ ଯେଭଳି ସାବାଡ କରାଯାଉଛି ତାହାକୁ ଏଥିରେ ପ୍ରଶଂସା କରାଯାଇଛି । ଜମ୍ମୁକାଶ୍ମୀରୀରେ ସୀମାପାର ଆତଙ୍କବାଦୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଭାରତରେ ଅଲ୍-କାଏଦା, ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଓ ଦାଉଦ ଗୋଷ୍ଠୀ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ କରିବା ସହ ଏ କ୍ଷେତ୍ରରେ ଭାରତର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଏଥô୍ସହିତ ଆଗାମୀ ଡିସେମ୍ବରରେ ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧି ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାରତ ଆତଙ୍କବାଦ, ଉଗ୍ରବାଦ ଓ ମାଓବାଦ ସମ୍ପର୍କରେ ଆମେରିକା ସହ ତଥ୍ୟ ଆଦାନପ୍ରଦାନ କରୁବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଏଥିରେ ଗତ ମାର୍ଚ୍ଚ ୮ ତାରିଖରେ କୋଲକାତରୁ ଜମାତ-ଉଲ- ମୁଜାହିଦ୍ଦିନ୍ ବାଲାଂଦେଶର ନେତା ମହମ୍ମଦ ଇଦ୍ରିଶକୁ ଗିରଫ କରିବା ପାଇଁ ଭାରତକୁ ପ୍ରଶଂସା କରାଯାଇଛି ।
Subscribe to:
Post Comments (Atom)
No comments:
Post a Comment