Thursday, 20 September 2018
ବୁରହାନ୍ ୱାନିଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇଲା ପାକିସ୍ତାନ
ନୂଆଦିଲ୍ଲୀ,୨୦/୯ : ୨ ବର୍ଷ ତଳେ ୨୦୧୬ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ହିଜବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ବୁରହାନ ୱାନିଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଭାବେ ବର୍ଣ୍ଣନା କରିଛି । ତାର ସ୍ମୃତି ଉଦ୍ଦେଶ୍ୟରେ କରାଚିରେ ଏକ ଡାକଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଇବେ ୱେବସେଟ୍ରେ ଏହା ୬.୯୯ ଡଲାର ବା ୫ଶହ ଟଙ୍କା ମୂଲ୍ୟରେ ମିଳୁଛି । ପାକିସ୍ତାନର ମୁଦ୍ରା ଅନୁସାରେ ଏହି ଡାକଟିକଟର ମୂଲ୍ୟ ୮ ଟଙ୍କା ରଖାଯାଇଛି । ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଅନ୍ୟ ୧୯ଟି ଡାକଟିକଟରେ ବ୍ରାଡ ଚପର, ପଥର ଫିଙ୍ଗାଳିଙ୍କୁ ମାନବ ଢ଼ାଲ ଭାବେ ଉପଯୋଗ କରିବା, କାଶ୍ମୀରର ସ୍ୱାଧୀନତା ପାଇଁ ୧ ଲକ୍ଷରୁ ଅଧିକ କାଶ୍ମୀର ଜନତା ସହିଦ ହେବା, ଭାରତୀୟ ସେନାର ବର୍ବରତା ପ୍ରଭୃତି ଏହି ଡାକଟିକଟରେ ସ୍ଥାନ ପାଇଛି ।
Subscribe to:
Post Comments (Atom)
No comments:
Post a Comment