ଶ୍ରୀନଗର, ୨୧/୯: ‘ପୁଲିସ ଚାକିରି ଛାଡ ନହେଲେ ମର’ ବୋଲି ଧମକ ଦେଇଥିବା ପାକ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ ଏବେ ପୁଲିସକର୍ମୀଙ୍କୁ ହତ୍ୟା କରି ଘାଟୀରେ ଆତଙ୍କ ଖେଳାଇଛି । ପୂର୍ବରୁ ଜନସାଧାରଣଙ୍କୁ ଭୟଭୀତ କରୁଥିବା ଏହି ସଂଗଠନ ପୁଲିସକର୍ମୀଙ୍କୁ ସମୂହ ଇସ୍ତଫା ଦେବା ପାଇଁ ମଧ୍ୟ ଚେତାବନୀ ଦେଇଛି । ଏହି କ୍ରମରେ ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରି ନେଇ ହତ୍ୟା କରିଛି ହିଜବୁଲ୍ ମୁଜାହିଦ୍ଦିନ । ଜିଲ୍ଲାର ୱାଙ୍ଗମ ଅଞ୍ଚଳର ଏକ ଅର୍କାଡରୁ ଆଜି ସେମାନଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି । ଜିଲ୍ଲାର କେପରାନ୍ ଓ ହିପୁରା ଅଞ୍ଚଳର ବଟଗୁଣ୍ଡ ଗ୍ରାମରୁ ଏହି ପୁଲିସକର୍ମୀମାନଙ୍କୁ ଅପହରଣ କରାଯାଇଥିଲା । ସେମାନେ ହେଲେ କନେଷ୍ଟବଳ ନିସାର ଅହମ୍ମଦ ଓ ୨ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଫିର୍ଦ୍ଦେøଷ ଅହମ୍ମଦ ଓ କୁଲୱନ୍ତି ସିଂହ । ଉଲ୍ଲେଖ ଯୋଗ୍ୟରେ ଗତ ଅଗଷ୍ଟ ୩୦ରେ ମଧ୍ୟ ୯ ଜଣ ପୁଲିସକର୍ମୀଙ୍କ ସମ୍ପର୍କୀୟ ଓ ୨ ଜଣ ପୁଲିସ କର୍ମୀଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ଅବଶ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ।
Friday, 21 September 2018
୩ ପୁଲିସକର୍ମୀଙ୍କୁ ଅପହରଣ କରି ହତ୍ୟା

Subscribe to:
Post Comments (Atom)
No comments:
Post a Comment