Thursday, 20 September 2018
ଆଲୋଚନା ପାଇଁ ପାକିସ୍ତାନର ନେହୁରା
ଦିଲ୍ଲୀ,୨୦/୯ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଏପରିକି ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ପାକିସ୍ତାନ ବିଧି ଓ ସୂଚନା ମନ୍ତ୍ରୀ ଯୋଗଦେବାକୁ ସେ ଉଭୟ ଦେଶ ମଧ୍ୟରେ ସୁ-ସମ୍ପର୍କର ଏକ ସଙ୍କେତ ବୋଲି ବର୍ଣ୍ଣନା କରିଛନ୍ତି । ତେଣୁ ଉଭୟ ଦେଶ ଗଠନମୂଳକ ଦିଗରେ କାର୍ଯ୍ୟ କରିବା ପାଇଁ ଇମ୍ରାନ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିବା ଜଣାପଡିଛି । ସ୍ୱର୍ଗତ ବାଜପେୟୀ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁ-ସମ୍ପର୍କ ପାଇଁ କିଭଳି ଉଦ୍ୟମ କରିଥିଲେ ତାହା ମଧ୍ୟ ସେ ମନେପକାଇ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଛନ୍ତି । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ସଦିଚ୍ଛା ନେଇ କାମକଲେ କୌଣସି ପ୍ରସଙ୍ଗ ଅସମାହିତ ରହିବ ନାହିଁ ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଚଳିତ ମାସ ନ୍ୟୁୟର୍କରେ ଭ।।ରତ ପାକ ବୈଦେଶିକମନ୍ତ୍ରୀଙ୍କ ଅନୌପଚାରିକ ଆଲୋଚନା ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ମଧ୍ୟ ଆଲୋଚନା ପାଇଁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତ ପକ୍ଷରୁ କୌଣସି ସଙ୍କେତ ଦିଆଯାଇନାହିଁ । ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଛି । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଛନ୍ତି ।
Subscribe to:
Post Comments (Atom)
No comments:
Post a Comment