Saturday, 22 September 2018
ପୁଲୱାମା ଓ ସୋପିଆନ୍ରେ ସର୍ଚ୍ଚ ଅପରେସନ୍ ଜାର
ଶ୍ରୀନଗର, ୨୨/୯ : ଜମ୍ମୁ-କାଶ୍ମୀର ପୁଲିସର ୩ ଜଣ କର୍ମଚାରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯିବା ପରେ ସେମାନଙ୍କ ଶବ ଉଦ୍ଧାର ହୋଇଥିଲା । ଏହାପରେ ସିଆର୍ପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ସର ଯୱାନ ଓ ସ୍ଥାନୀୟ ପୁଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପୁଲୱାମା ଓ ସୋପିଆନ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖେଦାଡ଼ିବା ପାଇଁ ଏହି ଅପରେସନ୍ ଆରମ୍ଭ ହୋଇଥିବା କୁହାଯାଉଛି । ସର୍ଚ୍ଚ ଅପରେସନ ସମୟରେ ଆଜି ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାମାଡ଼ ହୋଇଥିଲା । ସୋପିଆନ୍ ଜିଲ୍ଲାର ସେରମଲ ଅଞ୍ଚଳରେ ସେନା ଉପରକୁ ପଥରମାଡ଼ ଯୋଗୁଁ ସୁରକ୍ଷାକର୍ମୀମାନେ ଲୁହବୁହାବାଷ୍ପ ପ୍ରୟୋଗ କରିଥିଲେ । ବିଚ୍ଛିନ୍ନତାବାଦୀ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଛକାପଞ୍ଝା ଲାଗି ରହିଥିଲା ।
Subscribe to:
Post Comments (Atom)
No comments:
Post a Comment