Sunday, 30 September 2018

୭ଟି ଏକେ ୪୭ ରାଇଫଲ ସହିତ ପୁଲିସ ଅଧିକାରୀ ଫେରାର୍‍


ଶ୍ରୀନଗର, ୨୯/୯ : ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍‍, ସର୍ଭିସ୍‍ ପିସ୍ତଲ ସହିତ ଫେରାର ହୋଇଯାଇଛନ୍ତି  । ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା  । ଅଦିଲ ବସିର୍‍ ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି  । ପୁଲିସର କହିବାନୁଯାୟୀ, ଜବାହାରନଗରସ୍ଥିତ ପିଡିପି ବିଧାୟକ ଏ. ଅହମ୍ମଦ ମିରଙ୍କ ସୁରକ୍ଷା ପାଇଁ ବସିରଙ୍କୁ ନିୟୋଜିତ କରାଯାଇଥିଲା  । ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ୍‍ ଭାବେ ପରିଗଣିତ ଉକ୍ତ ଅଞ୍ଚଳରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ରାଜନେତା ରହୁଛନ୍ତି  । ଏହି ଘଟଣା ପରେ ସମଗ୍ର କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି  । ବସିରଙ୍କ ସହିତ ଏକାଧିକ ଲୋକଙ୍କ ସମର୍ଥନ ଥିବା ସନ୍ଦେହ କରାଯାଉଛି  । ତେଣୁ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଉଛି  । ପଳାତକ ବସିରଙ୍କ ବିଷୟରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି  । ଆତଙ୍କବାଦୀଙ୍କ ଧମକ ପରେ ଜାମ୍ମୁ-କାଶ୍ମୀରରେ ଗତ ୧୦ ଦିନ ମଧ୍ୟରେ ୪୦ରୁ ଊଦ୍ଧ୍ୱର୍ ଏସ୍‍ପିଓ ଇସ୍ତଫା ଦେଇଛନ୍ତି  ।

No comments:

Post a Comment