Thursday, 20 September 2018

ଆତଙ୍କବାଦ ବିରୋଧି ଅଭିଯାନ ପାଇଁ ଭାରତକୁ ଆମେରିକାର ପ୍ରଶଂସା


ମୁମ୍ବାଇ,୨୦/୯ : ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧି ସଭା କଂଗ୍ରେସରେ କଣ୍ଟ୍ରି ରିପୋର୍ଟ ଅଫ୍ ଟେରୋରିଜିମ୍ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି । ଏହି ରିପୋର୍ଟରେ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରାଯାଇଛି । ଜମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ମଧ୍ୟ ଭାରତର କିଛି ରାଜ୍ୟରେ ଆତଙ୍କବାଦୀ, ଉଗବାଦୀ ଓ ମାଓବାଦୀମାନଙ୍କୁ ଯେଭଳି ସାବାଡ କରାଯାଉଛି ତାହାକୁ ଏଥିରେ ପ୍ରଶଂସା କରାଯାଇଛି । ଜମ୍ମୁକାଶ୍ମୀରୀରେ ସୀମାପାର ଆତଙ୍କବାଦୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଭାରତରେ ଅଲ୍-କାଏଦା, ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଓ ଦାଉଦ ଗୋଷ୍ଠୀ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ କରିବା ସହ ଏ କ୍ଷେତ୍ରରେ ଭାରତର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଏଥô୍ସହିତ ଆଗାମୀ ଡିସେମ୍ବରରେ ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧି ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାରତ ଆତଙ୍କବାଦ, ଉଗ୍ରବାଦ ଓ ମାଓବାଦ ସମ୍ପର୍କରେ ଆମେରିକା ସହ ତଥ୍ୟ ଆଦାନପ୍ରଦାନ କରୁବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଏଥିରେ ଗତ ମାର୍ଚ୍ଚ ୮ ତାରିଖରେ କୋଲକାତରୁ ଜମାତ-ଉଲ- ମୁଜାହିଦ୍ଦିନ୍ ବାଲାଂଦେଶର ନେତା ମହମ୍ମଦ ଇଦ୍ରିଶକୁ ଗିରଫ କରିବା ପାଇଁ ଭାରତକୁ ପ୍ରଶଂସା କରାଯାଇଛି ।

ବୁରହାନ୍ ୱାନିଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇଲା ପାକିସ୍ତାନ


ନୂଆଦିଲ୍ଲୀ,୨୦/୯ : ୨ ବର୍ଷ ତଳେ ୨୦୧୬ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ହିଜବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ବୁରହାନ ୱାନିଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଭାବେ ବର୍ଣ୍ଣନା କରିଛି । ତାର ସ୍ମୃତି ଉଦ୍ଦେଶ୍ୟରେ କରାଚିରେ ଏକ ଡାକଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଇବେ ୱେବସେଟ୍ରେ ଏହା ୬.୯୯ ଡଲାର ବା ୫ଶହ ଟଙ୍କା ମୂଲ୍ୟରେ ମିଳୁଛି । ପାକିସ୍ତାନର ମୁଦ୍ରା ଅନୁସାରେ ଏହି ଡାକଟିକଟର ମୂଲ୍ୟ ୮ ଟଙ୍କା ରଖାଯାଇଛି । ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଅନ୍ୟ ୧୯ଟି ଡାକଟିକଟରେ ବ୍ରାଡ ଚପର, ପଥର ଫିଙ୍ଗାଳିଙ୍କୁ ମାନବ ଢ଼ାଲ ଭାବେ ଉପଯୋଗ କରିବା, କାଶ୍ମୀରର ସ୍ୱାଧୀନତା ପାଇଁ ୧ ଲକ୍ଷରୁ ଅଧିକ କାଶ୍ମୀର ଜନତା ସହିଦ ହେବା, ଭାରତୀୟ ସେନାର ବର୍ବରତା ପ୍ରଭୃତି ଏହି ଡାକଟିକଟରେ ସ୍ଥାନ ପାଇଛି ।

ଆଲୋଚନା ପାଇଁ ପାକିସ୍ତାନର ନେହୁରା


ଦିଲ୍ଲୀ,୨୦/୯ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଏପରିକି ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ପାକିସ୍ତାନ ବିଧି ଓ ସୂଚନା ମନ୍ତ୍ରୀ ଯୋଗଦେବାକୁ ସେ ଉଭୟ ଦେଶ ମଧ୍ୟରେ ସୁ-ସମ୍ପର୍କର ଏକ ସଙ୍କେତ ବୋଲି ବର୍ଣ୍ଣନା କରିଛନ୍ତି । ତେଣୁ ଉଭୟ ଦେଶ ଗଠନମୂଳକ ଦିଗରେ କାର୍ଯ୍ୟ କରିବା ପାଇଁ ଇମ୍ରାନ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିବା ଜଣାପଡିଛି । ସ୍ୱର୍ଗତ ବାଜପେୟୀ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁ-ସମ୍ପର୍କ ପାଇଁ କିଭଳି ଉଦ୍ୟମ କରିଥିଲେ ତାହା ମଧ୍ୟ ସେ ମନେପକାଇ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଛନ୍ତି । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ସଦିଚ୍ଛା ନେଇ କାମକଲେ କୌଣସି ପ୍ରସଙ୍ଗ ଅସମାହିତ ରହିବ ନାହିଁ ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଚଳିତ ମାସ ନ୍ୟୁୟର୍କରେ ଭ।।ରତ ପାକ ବୈଦେଶିକମନ୍ତ୍ରୀଙ୍କ ଅନୌପଚାରିକ ଆଲୋଚନା ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ମଧ୍ୟ ଆଲୋଚନା ପାଇଁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତ ପକ୍ଷରୁ କୌଣସି ସଙ୍କେତ ଦିଆଯାଇନାହିଁ । ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଛି । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଛନ୍ତି ।

ପାକିସ୍ତାନର ମିଠା ବିଷ


ପାକିସ୍ତାନ ଆଲୋଚନା ପାଇଁ ଯେଉଁ ପ୍ରସ୍ତାବ ଦେଇଛି ତାହା ଏକ ପ୍ରବଞ୍ଚନା । କାରଣ ଏବେ ଆଲୋଚନା ପାଇଁ ନା ସମୟ ଅଛି ନା ସୁଯୋଗ, ନା ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ୱାରା ଆଲୋଚନା ସମ୍ଭବ ହେବ । ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ଶହୀଦ ଯବାନମାନଙ୍କ ପରିବାର ପ୍ରତିଶୋଧ ପାଇଁ ସରକାରଙ୍କୁ ଆହ୍ୱାନ ଦେଉଛନ୍ତି । ବିରୋଧିମାନେ ସରକାରଙ୍କୁ ୫୬ ଇଞ୍ଚର ଛାତି ଦେଖାଇବା ପାଇଁ ଆହ୍ୱାନ କରୁଛନ୍ତି । ଏଭଳି ସମୟରେ ସରକାର ଆଲୋଚନା ଭଳି ଆତ୍ମଘାତୀ ପଦକ୍ଷେପ କେବେହେଲେ ଗ୍ରହଣ କରିବେ ନାହିଁ । ଏହା ଜାଣିସୁଦ୍ଧା କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସୀମାନ୍ତରେ ଆମ ଯବାନମାନଙ୍କ ଉପରେ ସାମାନ୍ୟତମ ଆଞ୍ଚ ମଧ୍ୟ ଜନତାଙ୍କୁ ଭାବବିହ୍ୱଳ କରିବ । ଏହାର ଫାଇଦା ନେଇ ପାକିସ୍ତାନ ଆଲୋଚନା ପାଇଁ ନାଟକ କରୁଛି । ପାକିସ୍ତାନ ଭଲଭାବେ ଜାଣିଛି ଯେ, ଭାରତ ଏଭଳି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ । ଏହାଦ୍ୱାରା ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ବିରୋଧରେ ଭଲେଇ ହେବା ପାଇଁ ସୁଯୋଗ ପାଇବ । ଆମେ ଆଲୋଚନା ଚାହୁଁଛୁ, କାରଣ ଆମେ ଶାନ୍ତିପ୍ରିୟ ରାଷ୍ଟ୍ର । ହେଲେ ଭାରତ ଆଲୋଚନା କରାଇ ଦେଉନାହିଁ । ଏହାଦ୍ୱାରା ଭାରତ ଛବି ଖରାପ ପାଇଁ ଉଦ୍ୟମ ହେବ । ଏହା ପାକିସ୍ତାନର ପୁରୁଣା ଚାଲ । ପ୍ରାୟ ପ୍ରତିବର୍ଷ ଜାତିସଂଘର ସାଧାରଣ ଅଧିବେଶନ ପୂର୍ବରୁ ପାକିସ୍ତାନ ଏଭଳି ନାଟକବାଜି କରିଥାଏ । ଏହି ଶତ୍ରୁ ରାଷ୍ଟ୍ରର ଚାଲ ଏବେ ଭାରତ ବୁଝି ସାରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିଲେ । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ । ତେବେ ପାକିସ୍ତାନୀ ରେଞ୍ଜର୍ସର ଗୁଳିରେ ଭାରତର ୨ଜଣ ଜବାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଏବଂ ବୁରହାନ ୱାନୀ ସମେତ ଜମ୍ମୁ-କାଶ୍ମୀରର ୨୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ସହିଦ୍ ଦର୍ଶାଇ ପାକିସ୍ତାନ ଡାକ ଟିକେଟ୍ ଜାରି କରିବା ଦ୍ୱିପକ୍ଷୀୟ ସମ୍ପର୍କକୁ ଗୁରୁତର ଭାବେ ପ୍ରଭାବିତ କରିଛି ।ଏଥିପାଇଁ ଅସୀମ ଧୈର୍ଯ୍ୟ, ସମୟ, ସମଭାବାପନ୍ନ ରାଜନୈତିକ ଚିନ୍ତା, ସର୍ବୋପରି ସମ୍ବେଦନଶୀଳତା ଆବଶ୍ୟକ । ଏହାରି ଅଭାବରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ରଦ୍ଦ ହୋଇଛି । ଅବଶ୍ୟ ଏମିତି ହେବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା । ଯଦି ପାକିସ୍ତାନର ଅନ୍ୟ ରାଜନେତା ଓ ଗଣମାଧ୍ୟମ ଏଥିରେ ନିରାଶା ବ୍ୟକ୍ତ କରିଛନ୍ତି, ତେବେ କିଛି ଅସୁବିଧା ନଥିଲା । କିନ୍ତୁ ସୀମାରେ ପାକିସ୍ତାନର ହରକତ ବାସ୍ତବିକ୍‍ ଚିନ୍ତାର ବିଷୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଲୋଚନା ନହେବା ପଛରେ ଭାରତକୁ ପାକିସ୍ତାନ ଦାୟୀ କରିବ , ଯାହା କେବଳ ଅବାନ୍ତର ନୁହେଁ, ଅସମ୍ଭ୍ରମପୂର୍ଣ୍ଣ ମଧ୍ୟ । ପାକିସ୍ତାନ ଅନୁସାରେ ଭାରତ ଆଲୋଚନା କରିବାକୁ ଚାହେଁ ନାହିଁ । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଲୋଚନା ଯେ କେବେ ସଫଳ ହୋଇପାରିବ, ତାହା ଆଶା କରାଯାଇନପାରେ । ଅବଶ୍ୟ ପାକିସ୍ତାନ ଲୋକଦେଖାଣିଆ ଭାବେ ସବୁ ସମସ୍ୟା ସମ୍ପର୍କରେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି କହିଥାଏ । ତେବେ ପାକିସ୍ତାନ ସବୁବେଳେ ବାସ୍ତବିକତା ପ୍ରତି ଏମିତି ଆଖିବୁଜି ଦେବା ନୂଆକଥା ନୁହେଁ । ଅସଲ ବିଷୟ ହେଉଛି ତା’ର କହିବା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ କୌଣସି କଥା ଶୁଣିବାକୁ ହିଁ ପ୍ରସ୍ତୁତ ନୁହେଁ । ସେଇଥିପାଇଁ ହିଁ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ ଉଠାଇଛି ସବୁବେଳେ ନ୍ୟାୟପାଳିକାର ସ୍ୱାୟତ୍ତତା ନେଇ ଯୁକ୍ତି ଦେଖାଇ ଖସିଯିବାକୁ ଚେଷ୍ଟା କରିଛି । ଏସବୁଠୁ ଯାହା ବଡ଼ ପ୍ରଶ୍ନ ତାହା ହେଲା ପାକିସ୍ତାନ ପ୍ରକୃତରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ କିଛି ନିର୍ଦ୍ଦିଷ୍ଟ ସୂତ୍ର ବାହାର କରିଛି କି, ଯାହାକୁ ଭାରତ ଖାରଜ କରିଦେଉଛି? ଯଦି ସେଭଳି ହୋଇଥାଏ, ତେବେ ଭାରତ ଓ ପାକିସ୍ତାନ ଉଭୟ ପକ୍ଷ ଏହାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ । ଅପରପକ୍ଷେ ପାକିସ୍ତାନ ସରକାର କାଶ୍ମୀର ସମସ୍ୟା ଭଳି ଏକ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲା ନେଇ ଏମିତି କୌଣସି ଚିନ୍ତାଶୀଳ ପ୍ରସ୍ତାବ ଦେବାର ଦେଖାଯାଇନାହିଁ, ଯେଉଁଥିରୁ କିଛି ସମାଧାନ ବାହାରିପାରିବ; ବରଂ ଏମିତି କହିଲେ ଠିକ୍‍ ହେବ ଯେ ପାକିସ୍ତାନ ସବୁବେଳେ କିଛି ନା କିଛି ଦୋଷ ଭାରତ ଉପରେ ଲଦିଦେଇ ନିଜକୁ ସମ୍ପୂର୍ଣ୍ଣ ଠିକ୍‍ ବୋଲି ପ୍ରମାଣିତ କରିବାର ଅପଚେଷ୍ଟା କରିଆସିଛି । ପାକିସ୍ତାନର କୂଟନୀତି ବିଫଳ । କାରଣ ଏଠାରେ ସରକାର ବା ଅମଲା କିଛି କାମ କରେ ନାହିଁ । କେବଳ ସେନା ହିଁ କାମ କରେ । ସେ ଦେଶର ଉଚ୍ଚ ସରକାରୀ ଅମଲାଙ୍କ ଭିତରୁ ୧୦ ପ୍ରତିଶତ ହେଉଛନ୍ତି ସୈନ୍ୟବାହିନୀର ଅଫିସର । ପାକିସ୍ତାନୀ ସେନା ମଧ୍ୟ ହେଉଛି ଗୋଟିଏ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ । ଏହାର ବଜାର ମୂଲ୍ୟ ଆଜି ପାଖାପାଖି ୯୦ ହଜାର କୋଟି ଟଙ୍କା । ବୋଧହୁଏ ସେନା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ବିଲ୍‍ଡର । କାରଣ ଅଫିସରମାନଙ୍କ ଆନୁଗତ୍ୟ କିଣିବା ପାଇଁ ସେମାନଙ୍କୁ ମନମୁତାବକ ଜମି ଓ ଘର ଯୋଗାଇ ଦେବା ହେଲା ଏହାର ଗୋଟିଏ ବଡ଼ କାମ । ଏକଥା ସତ ଯେ ପାକିସ୍ତାନର ରାଜନୈତିକ ଦଳସବୁ ହେଉଛନ୍ତି ଭୟଙ୍କର ଭାବରେ ଦୁର୍ନୀତିଗ୍ରସ୍ତ ତଥା ସାମନ୍ତବାଦୀ । କୌଣସି ଦଳ ଭିତରେ ଆତ୍ମଘୋଷିତ ଗଣତନ୍ତ୍ର ଅଛି ବୋଲି କୁହାଯାଇ ପାରିବ ନାହିଁ, କିନ୍ତୁ ପାକିସ୍ତାନକୁ ରାଜନୈତିକ ଦୃଷ୍ଟିରୁ ପଛୁଆ କରି ରଖିବାରେ ସେନାର ଅବଦାନ ମଧ୍ୟ କିଛି କମ୍‍ ନୁହେଁ । ଅଳ୍ପ କେତୋଟି ନିର୍ବାଚନକୁ ଛାଡ଼ିଦେଲେ ଅଧିକାଂଶ କ୍ଷେତ୍ରରେ ଗଣତାନ୍ତ୍ରିକ ନିର୍ବାଚନ ପାଇଁ ସେମାନେ ବାଧା ସୃଷ୍ଟି କରିଆସିଛନ୍ତି । ସ୍ୱାଧୀନତା ପରଠାରୁ ଯଦି ପାକିସ୍ତାନରେ ନିୟମିତ ଭାବରେ ନିର୍ବାଚନ ହୋଇ ଆସୁଥାନ୍ତା ତେବେ ବୋଧହୁଏ ସେଠିକା ପରିସ୍ଥିତି ଆଜି ଭିନହୋଇଥାଆନ୍ତା । ସୈନ୍ୟବାହିନୀର ଆଚରଣ ଯୋଗୁଁ କେବଳ ଗଣତନ୍ତ୍ର କ୍ଷତିଗ୍ରସ୍ତ ହୋଇନାହିଁ, ପାକିସ୍ତାନର ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ବିକାଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବା କଥା ତାହା ଚାଲିଯାଇଛି ସେନାର ସେବା ନିମନ୍ତେ । ଯଦି ସେନା ସବୁକ୍ଷେତ୍ରରେ ହସ୍ତକ୍ଷେପ ନ କରୁଥା’ନ୍ତା ତେବେ ପାକିସ୍ତାନ ହୁଏତ ଆଜି ଗୋଟିଏ ସମୃଦ୍ଧିଶାଳୀ ଦେଶରେ ପରିଣତ ହୋଇଯାଆନ୍ତାଣି । କିନ୍ତୁ ଏହା ସମ୍ଭବ ହେଉ ନାହିଁ କାରଣ ପାକିସ୍ତାନର ସେନା ଏହା ହେବାକୁ ଦେଉ ନାହିଁ । ଇମ୍ରାନ ମଧ୍ୟ ସେନାର ପିଆଦା । ସେନା ବୁ୍ଦ୍ଧିରେ ସେ ପୁରୁଣା ଚାଲ ଖେଳିଛନ୍ତି । ମୂଳ କଥା ହେଉଛି ବର୍ତ୍ତମାନ ପାକିସ୍ତାନ ସରକାରର ଦୃଷ୍ଟି କାଶ୍ମୀର ଉପରେ ନୁହେଁ, ରହିଛି ଆଫଗାନିସ୍ତାନ ଉପରେ । ସେଠାରେ ଭାରତର ଭୂମିକା ଓ ଆମେରିକାରର ରଣନୀତି ନେଇ ଅତ୍ୟନ୍ତ କ୍ଷୁବ୍ଧ ଓ ନିରାଶ ହୋଇପଡ଼ିଛି ପାକିସ୍ତାନ । ତେଣୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଭାରତକୁ ନିନ୍ଦିତ କରିବାକୁ ଚାହେଁ । ଅପରପକ୍ଷେ ଆମେରିକା ପାକିସ୍ତାନ ଠାରୁ ଦୂରେଇ ଯାଉଥିବାରୁ ପାକିସ୍ତାନ ଜାଣି ଶୁଣି ଭାରତକୁ ଅପମାନିତ କରି ଅନ୍ତରାଷ୍ଟ୍ରୀୟ ସମୁଦାୟ ବିଶେଷ କରି ଆମେରିକାକୁ ଭାରତର ମନ୍ଦ ଉଦ୍ଦେଶ୍ୟ ଥିବା ଜଣାଇବାକୁ ଚାହେଁ । ଯିଏ ନିଜେ ଅଶାନ୍ତ ଓ ଅସ୍ଥିର ସମୟ ଦେଇ ଗତି କରୁଛି, ସେ ଏକ ସକାରାତ୍ମକ ଆଲୋଚନା କାହା ସାଂଗରେ କରିପାରିବ ତାହା ଭାବିବା ଠିକ୍‍ ହେବନାହିଁ । ଏଭଳି ସ୍ଥିତିରେ ଭାରତ ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ରଦ୍ଦ କରିଦେବା ଉଚିତ ହୋଇଛି । ଚତୁର ପରାମର୍ଶ ଅନୁସାରେ ଗୋଟିଏ ପଟୁ ନିଜର ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା କରିବା ସହ ପୃଥିବୀର ଅନ୍ୟ ଦେଶଗୁଡ଼ିକ ସଙ୍ଗେ ରାଜନୈତିକ ଓ କୂଟନୈତିକ ସମ୍ବନ୍ଧକୁ ଅଧିକ ମଜଭୁତ କରିବାକୁ ଭାରତ ଚେଷ୍ଟା ଜାରି ରଖିବା ଆବଶ୍ୟକ । ଆନ୍ତର୍ଜାତିକ ସ୍ତରରେ ଭାରତର ଆର୍ଥିକ ସଂପନ୍ନତା ଓ ରାଜନୈତିକ ଗୁରୁତ୍ୱ ପ୍ରତିପାଦନ ହିଁ ପାକିସ୍ତାନର ଆଚାର ବ୍ୟବହାରକୁ ବଦଳାଇବାରେ ସକ୍ଷମ ହେବ ।

ଭାରତ-ପାକ ଆଲୋଚନା ରଦ୍ଦ


ନୂଆଦିଲ୍ଲୀ,୨୦/୯ : ସୀମାରେ ପାକିସ୍ତାନର ବର୍ବରତା ଯୋଗୁଁ ଭାରତ ସରକାର ପାକିସ୍ତାନ ଓ ଭାରତର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ନ୍ୟୁୟର୍କରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଅନୌପଚାରିକ ବୈଠକକୁ ରଦ୍ଦ କରିଦେଇଛନ୍ତି  । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ଆଲୋଚନା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଥିଲେ । ଏହାକୁ ଭାରତ ଗୁରୁବାର ଗ୍ରହଣ କରିବା ସହ ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଚଳିତ ମାସ ଅନୌପଚାରିକ ବୈଠକ ହେବ ବୋଲି ଦର୍ଶାଇଥିଲା । କିନ୍ତୁ ସୀମାରେ ଭାରତର ୨ଜଣ ଜବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ବର୍ବର ଭାବେ ହତ୍ୟା କରିବା ଓ କାଶ୍ମୀରର ୨୦ଜଣ ଆତଙ୍କବାଦୀଙ୍କୁ ଶହୀଦ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାକସ୍ତାନ ଡାକ ଟିକେଟ ଜାରି କରିବା ପରିପ୍ରେକ୍ଷୀରେ ଭାରତ ସରକାର ଏହି ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଇଛନ୍ତି । ଏଥିନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ ଗତକାଲି କହିଥିଲେ ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଥିଲେ । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ  । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବାର ଥିଲା  । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରଥାନ୍ତେ  । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା  । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଥିଲେ । ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦୋମୁହାଁ ନୀତି ଯୋଗୁଁ ଏବେ ଏସବୁରେ ପୂର୍ଣ୍ଣଛେଦ ପଡିଛି ।

Tuesday, 18 September 2018

ତେଲେଙ୍ଗାନା ଅନର କିଲିଂ ପଛରେ ଆଇଏସ୍‍ଆଇ ଲିଙ୍କ


ନାଲଗୋଣ୍ଡା/ତେଲେଙ୍ଗାନା, ୧୮/୯: ଅନ୍ୟ ଜାତିରେ ବିବାହ କରିଥିବା ଯୁବକଙ୍କୁ ନିର୍ମମ ହତ୍ୟା ପଛରେ ଘଟଣାର ରହସ୍ୟ ଖୋଲିଛି ବିହାର ପୁଲିସ  । ହତ୍ୟା ପଛରେ ଆଇଏସ୍‍ଆଇ ଲିଙ୍କ୍‍ ଥିବା ବିହାର ପୁଲିସ ଦାବି କରିଛି  । ଏହି ହତ୍ୟା ପାଇଁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି  । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ବିହାର ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନାଥାଉ କି, ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ମିରୟାଲଗୁଡ଼ା ଟାଉନ୍‍ରେ ୨୩ ବର୍ଷ ବୟସ୍କ ଇଞ୍ଜିନିୟର ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବାବେଳ ହଠାତ୍‍ ପଛପଟରୁ ଜଣେ ବ୍ୟକ୍ତ ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା  । ଫଳରେ ଘଟଣାସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା  । ହସ୍ପିଟାଲ୍‍ ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି  । ଅନ୍ୟପଟେ ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍‍ ସମୟରୁ ପ୍ରେମ ସମ୍ପର୍କ ଥିଲା  । ପ୍ରଣୟ ଅନୁସୂଚିତ ଜାତିର ହୋଇଥିବାବେଳେ ଅମୃତା ବୈଶ୍ୟ ଜାତିର  । ଦୁଇ ପକ୍ଷର ପରିବାରଙ୍କ ବିରୋଧ ସତ୍ତେ୍ୱ ସେମାନେ ଗତ ୮ ମାସ ତଳେ ବିବାହ କରିଥିଲେ  । ତେବେ ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି  । ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ ଗିରଫ କରିଥିଲା  । ସେପଟେ ମାରୁତିଙ୍କ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିଲା  । ତେଣୁ ଏହି ବିବାହକୁ ରୋକିବା ପାଇଁ ପ୍ରଣୟଙ୍କ ପରିବାର ଉପରେ ମାରୁତି ରାଜନୈତିକ ଚାପ ପକାଉଥିବା ଅମୃତା ପୁଲିସ ଆଗରେ କହିଥିଲେ  । ମାରୁତିଙ୍କ ରିୟଲ ଇଷ୍ଟେଟ୍‍ ବ୍ୟବସାୟ ଥିବା ସେହି ଅଞ୍ଚଳରେ ତାଙ୍କର ପ୍ରତିପତ୍ତି ରହିଛି  । ତେଣୁ ସ୍ଥାନୀୟ .ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କୁ ପୁଲିସ ପଚରାଉଚୁରା କରୁଛି  । ପ୍ରାଥମିକ ତଦନ୍ତ ଆଧାରରେ ଏହି ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୁଲିସ ଅନୁମାନ କରିଥିଲା  । ଅଧିକ ଖୋଳତାଡ଼ କରିବା ପରେ ଏହି ଘଟଣାରେ ପୁଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି  । ୨୦୦୩ରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ହରେନ ପାଣ୍ଡ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଏହି ବ୍ୟକ୍ତିକୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଥିଲା

Sunday, 9 September 2018

देहली में गिरफ्तार संदिग्ध आतंकी ने कहा, ‘पूरी दुनिया में कट्टरपंथ फैलाना चाहते हैं हम !’


देहली पुलिस की स्पेशल सेल ने जम्मू-कश्मीर इस्लामिक स्टेट के साथ कथित संबंध को लेकर जमशेद जहूर पॉल और परवेज राशिद लोन उर्फ शाहिद को गुरुवार रात लाल किला के पास जामा मस्जिद बस स्टैंड से गिरफ्तार किया गया था।
पुलिस के अनुसार, संदिग्ध आतंकवादियों में शामिल जमशेद जहूर पॉल ने कहा, ‘हम पूरी दुनिया में कट्टरपंथ का प्रसार करना चाहते हैं !’ जांचकर्ताओं ने कहा कि जम्मू-कश्मीर के शोपियां जिले के रहनेवाले दोनों संदिग्ध आतंकवादी बेहद कट्टर हैं और उनके पास से जब्त किए गए फोन में वीडियो हैं। उन्होंने कहा कि कुछ नोटबुक भी जब्त किए गए हैं, जिनकी पुलिस जांच कर रही है।
पुलिस उपायुक्त (स्पेशल सेल) प्रमोद सिंह कुशवाहा ने बताया कि लोन ने उत्तर प्रदेश के अमरोहा से २०१६ में सिविल इंजीनियरिंग में बीटेक किया था और राज्य के गजरौला से एमटेक कर रहा था।
डीसीपी ने बताया कि सितंबर २०१६ में उसका भाई फिरदौस हिज्बुल मुजाहिदीन से जुडा और उसके बाद आईएसजेके में शामिल हो गया था। उन्होंने बताया कि इस साल जनवरी में जम्मू-कश्मीर के शोपियां में सुरक्षा बलों के साथ मुठभेड में फिरदौस मारा गया था।
पुलिस ने बताया कि फिरदौस पर तीन लाख रुपये का इनाम घोषित था। उन्होंने बताया कि छोटे भाई के मारे जाने से बुरी तरह प्रभावित होकर लोन आईएसजेके से जुड गया। पॉल जम्मू-कश्मीर में इलेक्ट्रिकल इंजीनियरिंग में डिप्लोमा के अंतिम वर्ष का छात्र है।
पुलिस ने बताया कि अप्रैल, २०१७ में हिज्बुल मुजाहिदीन के आतंकी सबजर भट्ट को दफनाए जाने के समय पॉल की मुलाकात तराल के रहनेवाले शौकत से हुई थी। शौकत का रिश्तेदार सैय्यद ओवैसी शफी (जो बाद में एक मुठभेड में मारा गया) उस समय एक सक्रिय आतंकी था।
शफी ने ही पॉल की पहचान आईएसजेके के वर्तमान प्रमुख आसिफ उर्फ उमर इब्न नजीर से कराई थी। अधिकारी ने बताया कि पॉल पिछले आठ माह से इन्क्रिप्टेड मोबाइल मैसेजिंग ऐप के जरिये आसिफ से नियमित संपर्क में था।
पॉल और लोन इस वर्ष आईएसजेके से जुडे थे और उत्तर प्रदेश से देहली में हथियारों की तस्करी में शामिल थे।
स्त्रोत : न्यूज 18

देहली पुलिस की स्पेशल सेल ने लालकिले के पास से पकडे इस्लामिक स्टेट के २ आतंकी

नई देहली : देहली पुलिस की स्पेशल सेल ने गुरुवार रात परवेज और जमशेद नाम के २ आतंकवादियों को गिरफ्तार किया है। पुलिस ने इन आतंकियों को लाल किले के पास जामा मस्जिद बस स्टॉप से पकडा। इस बात की जानकारी शुक्रवार को स्पेशल सेल के डीसीपी ने दी। पुलिस के अनुसार ये दोनों ही आतंकी इस्लामिक स्टेट इन जम्मू कश्मीर (ISJK) से जुडे हुए हैं। आइएसजेके यह दावा करता है कि वह इस्लामिक स्टेट से ही जुडा संगठन है।
पुलिस ने बताया कि, इन आतंकियों के पास से २ पिस्टल, १० कारतूस और ४ मोबाइल फोन भी बरामद किए गए। पुलिस द्वारा दी गई जानकारी के अनुसार इन आतंकियों ने जब्त किए हथियार उत्तर प्रदेश से खरीदे थे। ये आतंकी देहली से कश्मीर जा रहे थे।
सूत्रों के अनुसार ये आतंकी कश्मीर के रहने वाले हैं। पुलिस ने इन दोनों के खिलाफ एफआईआर दर्ज कर ली है और इंटेलिजेंस एजेंसियां दोनों से पूछताछ कर रही हैं। साथ ही पुलिस ने बताया कि गिरफ्तार आतंकी परवेज के भाई की मौत जनवरी में सुरक्षाबलों के साथ हुए एनकाउंटर में हो गई थी। परवेज पहले आतंकी संगठन हिज्बुल मुजाहिद्दीन का सदस्य था और बाद में उसने इस्लामिक स्टेट इन जम्मू कश्मीर जॉइन कर लिया था।
गिरफ्तार आतंकीयों ने पुलिस को बताया कि उनका पहला लीडर उमर नजीर है और नंबर २ पर आदिल थोकर है। वे दोनों ही आदिल थोकर के आदेश का पालन कर रहे थे। दोनों आतंकियों को फिलहाल 5 दिनों की पुलिस रिमांड पर भेज दिया गया है।
स्त्रोत : नवभारत टाइम्स