ନାଲଗୋଣ୍ଡା/ତେଲେଙ୍ଗାନା, ୧୮/୯: ଅନ୍ୟ ଜାତିରେ ବିବାହ କରିଥିବା ଯୁବକଙ୍କୁ ନିର୍ମମ ହତ୍ୟା ପଛରେ ଘଟଣାର ରହସ୍ୟ ଖୋଲିଛି ବିହାର ପୁଲିସ । ହତ୍ୟା ପଛରେ ଆଇଏସ୍ଆଇ ଲିଙ୍କ୍ ଥିବା ବିହାର ପୁଲିସ ଦାବି କରିଛି । ଏହି ହତ୍ୟା ପାଇଁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ବିହାର ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନାଥାଉ କି, ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ମିରୟାଲଗୁଡ଼ା ଟାଉନ୍ରେ ୨୩ ବର୍ଷ ବୟସ୍କ ଇଞ୍ଜିନିୟର ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବାବେଳ ହଠାତ୍ ପଛପଟରୁ ଜଣେ ବ୍ୟକ୍ତ ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା । ହସ୍ପିଟାଲ୍ ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି । ଅନ୍ୟପଟେ ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍ ସମୟରୁ ପ୍ରେମ ସମ୍ପର୍କ ଥିଲା । ପ୍ରଣୟ ଅନୁସୂଚିତ ଜାତିର ହୋଇଥିବାବେଳେ ଅମୃତା ବୈଶ୍ୟ ଜାତିର । ଦୁଇ ପକ୍ଷର ପରିବାରଙ୍କ ବିରୋଧ ସତ୍ତେ୍ୱ ସେମାନେ ଗତ ୮ ମାସ ତଳେ ବିବାହ କରିଥିଲେ । ତେବେ ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ ଗିରଫ କରିଥିଲା । ସେପଟେ ମାରୁତିଙ୍କ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିଲା । ତେଣୁ ଏହି ବିବାହକୁ ରୋକିବା ପାଇଁ ପ୍ରଣୟଙ୍କ ପରିବାର ଉପରେ ମାରୁତି ରାଜନୈତିକ ଚାପ ପକାଉଥିବା ଅମୃତା ପୁଲିସ ଆଗରେ କହିଥିଲେ । ମାରୁତିଙ୍କ ରିୟଲ ଇଷ୍ଟେଟ୍ ବ୍ୟବସାୟ ଥିବା ସେହି ଅଞ୍ଚଳରେ ତାଙ୍କର ପ୍ରତିପତ୍ତି ରହିଛି । ତେଣୁ ସ୍ଥାନୀୟ .ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କୁ ପୁଲିସ ପଚରାଉଚୁରା କରୁଛି । ପ୍ରାଥମିକ ତଦନ୍ତ ଆଧାରରେ ଏହି ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୁଲିସ ଅନୁମାନ କରିଥିଲା । ଅଧିକ ଖୋଳତାଡ଼ କରିବା ପରେ ଏହି ଘଟଣାରେ ପୁଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି । ୨୦୦୩ରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ହରେନ ପାଣ୍ଡ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଏହି ବ୍ୟକ୍ତିକୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଥିଲା
Tuesday, 18 September 2018
ତେଲେଙ୍ଗାନା ଅନର କିଲିଂ ପଛରେ ଆଇଏସ୍ଆଇ ଲିଙ୍କ

Subscribe to:
Post Comments (Atom)
No comments:
Post a Comment