ପାକିସ୍ତାନ ଆଲୋଚନା ପାଇଁ ଯେଉଁ ପ୍ରସ୍ତାବ ଦେଇଛି ତାହା ଏକ ପ୍ରବଞ୍ଚନା । କାରଣ ଏବେ ଆଲୋଚନା ପାଇଁ ନା ସମୟ ଅଛି ନା ସୁଯୋଗ, ନା ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ୱାରା ଆଲୋଚନା ସମ୍ଭବ ହେବ । ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ଶହୀଦ ଯବାନମାନଙ୍କ ପରିବାର ପ୍ରତିଶୋଧ ପାଇଁ ସରକାରଙ୍କୁ ଆହ୍ୱାନ ଦେଉଛନ୍ତି । ବିରୋଧିମାନେ ସରକାରଙ୍କୁ ୫୬ ଇଞ୍ଚର ଛାତି ଦେଖାଇବା ପାଇଁ ଆହ୍ୱାନ କରୁଛନ୍ତି । ଏଭଳି ସମୟରେ ସରକାର ଆଲୋଚନା ଭଳି ଆତ୍ମଘାତୀ ପଦକ୍ଷେପ କେବେହେଲେ ଗ୍ରହଣ କରିବେ ନାହିଁ । ଏହା ଜାଣିସୁଦ୍ଧା କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସୀମାନ୍ତରେ ଆମ ଯବାନମାନଙ୍କ ଉପରେ ସାମାନ୍ୟତମ ଆଞ୍ଚ ମଧ୍ୟ ଜନତାଙ୍କୁ ଭାବବିହ୍ୱଳ କରିବ । ଏହାର ଫାଇଦା ନେଇ ପାକିସ୍ତାନ ଆଲୋଚନା ପାଇଁ ନାଟକ କରୁଛି । ପାକିସ୍ତାନ ଭଲଭାବେ ଜାଣିଛି ଯେ, ଭାରତ ଏଭଳି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ । ଏହାଦ୍ୱାରା ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ବିରୋଧରେ ଭଲେଇ ହେବା ପାଇଁ ସୁଯୋଗ ପାଇବ । ଆମେ ଆଲୋଚନା ଚାହୁଁଛୁ, କାରଣ ଆମେ ଶାନ୍ତିପ୍ରିୟ ରାଷ୍ଟ୍ର । ହେଲେ ଭାରତ ଆଲୋଚନା କରାଇ ଦେଉନାହିଁ । ଏହାଦ୍ୱାରା ଭାରତ ଛବି ଖରାପ ପାଇଁ ଉଦ୍ୟମ ହେବ । ଏହା ପାକିସ୍ତାନର ପୁରୁଣା ଚାଲ । ପ୍ରାୟ ପ୍ରତିବର୍ଷ ଜାତିସଂଘର ସାଧାରଣ ଅଧିବେଶନ ପୂର୍ବରୁ ପାକିସ୍ତାନ ଏଭଳି ନାଟକବାଜି କରିଥାଏ । ଏହି ଶତ୍ରୁ ରାଷ୍ଟ୍ରର ଚାଲ ଏବେ ଭାରତ ବୁଝି ସାରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିଲେ । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ । ତେବେ ପାକିସ୍ତାନୀ ରେଞ୍ଜର୍ସର ଗୁଳିରେ ଭାରତର ୨ଜଣ ଜବାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଏବଂ ବୁରହାନ ୱାନୀ ସମେତ ଜମ୍ମୁ-କାଶ୍ମୀରର ୨୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ସହିଦ୍ ଦର୍ଶାଇ ପାକିସ୍ତାନ ଡାକ ଟିକେଟ୍ ଜାରି କରିବା ଦ୍ୱିପକ୍ଷୀୟ ସମ୍ପର୍କକୁ ଗୁରୁତର ଭାବେ ପ୍ରଭାବିତ କରିଛି ।ଏଥିପାଇଁ ଅସୀମ ଧୈର୍ଯ୍ୟ, ସମୟ, ସମଭାବାପନ୍ନ ରାଜନୈତିକ ଚିନ୍ତା, ସର୍ବୋପରି ସମ୍ବେଦନଶୀଳତା ଆବଶ୍ୟକ । ଏହାରି ଅଭାବରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ରଦ୍ଦ ହୋଇଛି । ଅବଶ୍ୟ ଏମିତି ହେବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା । ଯଦି ପାକିସ୍ତାନର ଅନ୍ୟ ରାଜନେତା ଓ ଗଣମାଧ୍ୟମ ଏଥିରେ ନିରାଶା ବ୍ୟକ୍ତ କରିଛନ୍ତି, ତେବେ କିଛି ଅସୁବିଧା ନଥିଲା । କିନ୍ତୁ ସୀମାରେ ପାକିସ୍ତାନର ହରକତ ବାସ୍ତବିକ୍ ଚିନ୍ତାର ବିଷୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଲୋଚନା ନହେବା ପଛରେ ଭାରତକୁ ପାକିସ୍ତାନ ଦାୟୀ କରିବ , ଯାହା କେବଳ ଅବାନ୍ତର ନୁହେଁ, ଅସମ୍ଭ୍ରମପୂର୍ଣ୍ଣ ମଧ୍ୟ । ପାକିସ୍ତାନ ଅନୁସାରେ ଭାରତ ଆଲୋଚନା କରିବାକୁ ଚାହେଁ ନାହିଁ । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଲୋଚନା ଯେ କେବେ ସଫଳ ହୋଇପାରିବ, ତାହା ଆଶା କରାଯାଇନପାରେ । ଅବଶ୍ୟ ପାକିସ୍ତାନ ଲୋକଦେଖାଣିଆ ଭାବେ ସବୁ ସମସ୍ୟା ସମ୍ପର୍କରେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି କହିଥାଏ । ତେବେ ପାକିସ୍ତାନ ସବୁବେଳେ ବାସ୍ତବିକତା ପ୍ରତି ଏମିତି ଆଖିବୁଜି ଦେବା ନୂଆକଥା ନୁହେଁ । ଅସଲ ବିଷୟ ହେଉଛି ତା’ର କହିବା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ କୌଣସି କଥା ଶୁଣିବାକୁ ହିଁ ପ୍ରସ୍ତୁତ ନୁହେଁ । ସେଇଥିପାଇଁ ହିଁ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ ଉଠାଇଛି ସବୁବେଳେ ନ୍ୟାୟପାଳିକାର ସ୍ୱାୟତ୍ତତା ନେଇ ଯୁକ୍ତି ଦେଖାଇ ଖସିଯିବାକୁ ଚେଷ୍ଟା କରିଛି । ଏସବୁଠୁ ଯାହା ବଡ଼ ପ୍ରଶ୍ନ ତାହା ହେଲା ପାକିସ୍ତାନ ପ୍ରକୃତରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ କିଛି ନିର୍ଦ୍ଦିଷ୍ଟ ସୂତ୍ର ବାହାର କରିଛି କି, ଯାହାକୁ ଭାରତ ଖାରଜ କରିଦେଉଛି? ଯଦି ସେଭଳି ହୋଇଥାଏ, ତେବେ ଭାରତ ଓ ପାକିସ୍ତାନ ଉଭୟ ପକ୍ଷ ଏହାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ । ଅପରପକ୍ଷେ ପାକିସ୍ତାନ ସରକାର କାଶ୍ମୀର ସମସ୍ୟା ଭଳି ଏକ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲା ନେଇ ଏମିତି କୌଣସି ଚିନ୍ତାଶୀଳ ପ୍ରସ୍ତାବ ଦେବାର ଦେଖାଯାଇନାହିଁ, ଯେଉଁଥିରୁ କିଛି ସମାଧାନ ବାହାରିପାରିବ; ବରଂ ଏମିତି କହିଲେ ଠିକ୍ ହେବ ଯେ ପାକିସ୍ତାନ ସବୁବେଳେ କିଛି ନା କିଛି ଦୋଷ ଭାରତ ଉପରେ ଲଦିଦେଇ ନିଜକୁ ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରମାଣିତ କରିବାର ଅପଚେଷ୍ଟା କରିଆସିଛି । ପାକିସ୍ତାନର କୂଟନୀତି ବିଫଳ । କାରଣ ଏଠାରେ ସରକାର ବା ଅମଲା କିଛି କାମ କରେ ନାହିଁ । କେବଳ ସେନା ହିଁ କାମ କରେ । ସେ ଦେଶର ଉଚ୍ଚ ସରକାରୀ ଅମଲାଙ୍କ ଭିତରୁ ୧୦ ପ୍ରତିଶତ ହେଉଛନ୍ତି ସୈନ୍ୟବାହିନୀର ଅଫିସର । ପାକିସ୍ତାନୀ ସେନା ମଧ୍ୟ ହେଉଛି ଗୋଟିଏ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ । ଏହାର ବଜାର ମୂଲ୍ୟ ଆଜି ପାଖାପାଖି ୯୦ ହଜାର କୋଟି ଟଙ୍କା । ବୋଧହୁଏ ସେନା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ବିଲ୍ଡର । କାରଣ ଅଫିସରମାନଙ୍କ ଆନୁଗତ୍ୟ କିଣିବା ପାଇଁ ସେମାନଙ୍କୁ ମନମୁତାବକ ଜମି ଓ ଘର ଯୋଗାଇ ଦେବା ହେଲା ଏହାର ଗୋଟିଏ ବଡ଼ କାମ । ଏକଥା ସତ ଯେ ପାକିସ୍ତାନର ରାଜନୈତିକ ଦଳସବୁ ହେଉଛନ୍ତି ଭୟଙ୍କର ଭାବରେ ଦୁର୍ନୀତିଗ୍ରସ୍ତ ତଥା ସାମନ୍ତବାଦୀ । କୌଣସି ଦଳ ଭିତରେ ଆତ୍ମଘୋଷିତ ଗଣତନ୍ତ୍ର ଅଛି ବୋଲି କୁହାଯାଇ ପାରିବ ନାହିଁ, କିନ୍ତୁ ପାକିସ୍ତାନକୁ ରାଜନୈତିକ ଦୃଷ୍ଟିରୁ ପଛୁଆ କରି ରଖିବାରେ ସେନାର ଅବଦାନ ମଧ୍ୟ କିଛି କମ୍ ନୁହେଁ । ଅଳ୍ପ କେତୋଟି ନିର୍ବାଚନକୁ ଛାଡ଼ିଦେଲେ ଅଧିକାଂଶ କ୍ଷେତ୍ରରେ ଗଣତାନ୍ତ୍ରିକ ନିର୍ବାଚନ ପାଇଁ ସେମାନେ ବାଧା ସୃଷ୍ଟି କରିଆସିଛନ୍ତି । ସ୍ୱାଧୀନତା ପରଠାରୁ ଯଦି ପାକିସ୍ତାନରେ ନିୟମିତ ଭାବରେ ନିର୍ବାଚନ ହୋଇ ଆସୁଥାନ୍ତା ତେବେ ବୋଧହୁଏ ସେଠିକା ପରିସ୍ଥିତି ଆଜି ଭିନହୋଇଥାଆନ୍ତା । ସୈନ୍ୟବାହିନୀର ଆଚରଣ ଯୋଗୁଁ କେବଳ ଗଣତନ୍ତ୍ର କ୍ଷତିଗ୍ରସ୍ତ ହୋଇନାହିଁ, ପାକିସ୍ତାନର ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ବିକାଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବା କଥା ତାହା ଚାଲିଯାଇଛି ସେନାର ସେବା ନିମନ୍ତେ । ଯଦି ସେନା ସବୁକ୍ଷେତ୍ରରେ ହସ୍ତକ୍ଷେପ ନ କରୁଥା’ନ୍ତା ତେବେ ପାକିସ୍ତାନ ହୁଏତ ଆଜି ଗୋଟିଏ ସମୃଦ୍ଧିଶାଳୀ ଦେଶରେ ପରିଣତ ହୋଇଯାଆନ୍ତାଣି । କିନ୍ତୁ ଏହା ସମ୍ଭବ ହେଉ ନାହିଁ କାରଣ ପାକିସ୍ତାନର ସେନା ଏହା ହେବାକୁ ଦେଉ ନାହିଁ । ଇମ୍ରାନ ମଧ୍ୟ ସେନାର ପିଆଦା । ସେନା ବୁ୍ଦ୍ଧିରେ ସେ ପୁରୁଣା ଚାଲ ଖେଳିଛନ୍ତି । ମୂଳ କଥା ହେଉଛି ବର୍ତ୍ତମାନ ପାକିସ୍ତାନ ସରକାରର ଦୃଷ୍ଟି କାଶ୍ମୀର ଉପରେ ନୁହେଁ, ରହିଛି ଆଫଗାନିସ୍ତାନ ଉପରେ । ସେଠାରେ ଭାରତର ଭୂମିକା ଓ ଆମେରିକାରର ରଣନୀତି ନେଇ ଅତ୍ୟନ୍ତ କ୍ଷୁବ୍ଧ ଓ ନିରାଶ ହୋଇପଡ଼ିଛି ପାକିସ୍ତାନ । ତେଣୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଭାରତକୁ ନିନ୍ଦିତ କରିବାକୁ ଚାହେଁ । ଅପରପକ୍ଷେ ଆମେରିକା ପାକିସ୍ତାନ ଠାରୁ ଦୂରେଇ ଯାଉଥିବାରୁ ପାକିସ୍ତାନ ଜାଣି ଶୁଣି ଭାରତକୁ ଅପମାନିତ କରି ଅନ୍ତରାଷ୍ଟ୍ରୀୟ ସମୁଦାୟ ବିଶେଷ କରି ଆମେରିକାକୁ ଭାରତର ମନ୍ଦ ଉଦ୍ଦେଶ୍ୟ ଥିବା ଜଣାଇବାକୁ ଚାହେଁ । ଯିଏ ନିଜେ ଅଶାନ୍ତ ଓ ଅସ୍ଥିର ସମୟ ଦେଇ ଗତି କରୁଛି, ସେ ଏକ ସକାରାତ୍ମକ ଆଲୋଚନା କାହା ସାଂଗରେ କରିପାରିବ ତାହା ଭାବିବା ଠିକ୍ ହେବନାହିଁ । ଏଭଳି ସ୍ଥିତିରେ ଭାରତ ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ରଦ୍ଦ କରିଦେବା ଉଚିତ ହୋଇଛି । ଚତୁର ପରାମର୍ଶ ଅନୁସାରେ ଗୋଟିଏ ପଟୁ ନିଜର ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା କରିବା ସହ ପୃଥିବୀର ଅନ୍ୟ ଦେଶଗୁଡ଼ିକ ସଙ୍ଗେ ରାଜନୈତିକ ଓ କୂଟନୈତିକ ସମ୍ବନ୍ଧକୁ ଅଧିକ ମଜଭୁତ କରିବାକୁ ଭାରତ ଚେଷ୍ଟା ଜାରି ରଖିବା ଆବଶ୍ୟକ । ଆନ୍ତର୍ଜାତିକ ସ୍ତରରେ ଭାରତର ଆର୍ଥିକ ସଂପନ୍ନତା ଓ ରାଜନୈତିକ ଗୁରୁତ୍ୱ ପ୍ରତିପାଦନ ହିଁ ପାକିସ୍ତାନର ଆଚାର ବ୍ୟବହାରକୁ ବଦଳାଇବାରେ ସକ୍ଷମ ହେବ ।
Thursday, 20 September 2018
ପାକିସ୍ତାନର ମିଠା ବିଷ

Subscribe to:
Post Comments (Atom)
No comments:
Post a Comment