Sunday, 30 September 2018
୭ଟି ଏକେ ୪୭ ରାଇଫଲ ସହିତ ପୁଲିସ ଅଧିକାରୀ ଫେରାର୍
ଶ୍ରୀନଗର, ୨୯/୯ : ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍, ସର୍ଭିସ୍ ପିସ୍ତଲ ସହିତ ଫେରାର ହୋଇଯାଇଛନ୍ତି । ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା । ଅଦିଲ ବସିର୍ ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି । ପୁଲିସର କହିବାନୁଯାୟୀ, ଜବାହାରନଗରସ୍ଥିତ ପିଡିପି ବିଧାୟକ ଏ. ଅହମ୍ମଦ ମିରଙ୍କ ସୁରକ୍ଷା ପାଇଁ ବସିରଙ୍କୁ ନିୟୋଜିତ କରାଯାଇଥିଲା । ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ୍ ଭାବେ ପରିଗଣିତ ଉକ୍ତ ଅଞ୍ଚଳରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ରାଜନେତା ରହୁଛନ୍ତି । ଏହି ଘଟଣା ପରେ ସମଗ୍ର କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ବସିରଙ୍କ ସହିତ ଏକାଧିକ ଲୋକଙ୍କ ସମର୍ଥନ ଥିବା ସନ୍ଦେହ କରାଯାଉଛି । ତେଣୁ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଉଛି । ପଳାତକ ବସିରଙ୍କ ବିଷୟରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ଆତଙ୍କବାଦୀଙ୍କ ଧମକ ପରେ ଜାମ୍ମୁ-କାଶ୍ମୀରରେ ଗତ ୧୦ ଦିନ ମଧ୍ୟରେ ୪୦ରୁ ଊଦ୍ଧ୍ୱର୍ ଏସ୍ପିଓ ଇସ୍ତଫା ଦେଇଛନ୍ତି ।
Saturday, 29 September 2018
ଆଜାହାର ମାସୁଦ୍ ବିରୁଦ୍ଧରେ ଭାରତର କଟକଣା ପ୍ରସ୍ତାବକୁ ପୁଣି ବିରୋଧ କରିବ ଚୀନ
ନୂଆଦିଲ୍ଲୀ, ୨୯/ ୯ : ଭାରତ ଯଦି ପୁଣି ଆଜାହାର ମାସୁଦ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣେ ତେବେ ତାହାକୁ ଚୀନ ବିରୋଧ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି । ସେ କହିଛନ୍ତି ଯେ ଏଥିନେଇ ଜାତିସଂଘ ସୁରକ୍ଷା ପରିଷଦରେ ସହମତି ନାହିଁ । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ ବୋଲି ପୁନର୍ବାର ମତ ଦେଇଛି ଚୀନ୍ । ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ତରଫରୁ ପୂର୍ବରୁ ଜାତିସଂଘରେ ଦାବି କରାଯାଇଥିଲା । ତେବେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ରାସ୍ତା ଓଗାଳି ଆସୁଛି ଚୀନ୍ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କ୍ୟାଙ୍ଗ କହିଥିଲେ ଯେ, ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଥିବା ସର୍ତ୍ତାବଳୀ ମଧ୍ୟରେ ମାସୁଦ ଆଝାର ଆସୁ ନାହିଁ; ତେଣୁ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ । ସେ କହିଥିଲେ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା; ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇ ନ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ସଭ୍ୟଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇଲେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯିବ ବୋଲି ଚୀନ୍ ସଫେଇ ଦେଇଆସୁଛି । ଗତବର୍ଷ ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଚୀନ୍ ଏହାକୁ ବିରୋଧ କରିଥିଲା । ପଞ୍ଜାବସ୍ଥିତ ଭାରତୀୟ ବାୟୁସେନା ଶିବିର ଉପରେ ମାସୁଦ ଆଝାରର ଇଙ୍ଗିତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ତରଫରୁ ଦାବି ହେଉଛି । ବର୍ତ୍ତମାନ ଭାରତର ଏହି ଦାବିକୁ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସମର୍ଥନ କରୁଥିବା ବେଳେ କେବଳ ଚୀନ୍ ଅସହଯୋଗ କରୁଥିବାରୁ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବାରୁ ବର୍ତ୍ତି ଯାଉଛି ।
ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ
ନ୍ୟୁୟର୍କ, ୨୯/୯ : ଜାତିସଂଘର ୭୩ତମ ସାଧାରଣ ଅଧିବେଶନରେ ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଅତ୍ୟନ୍ତ ଶାଣିତ ଆକ୍ରମଣ କରି ସେ ବିଶ୍ୱ ସମୁଦାୟକୁ ଜଣାଇ ଦେଇଛନ୍ତି ଯେ, ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ଦାନବ ସଦୃଶ । ଏହାକୁ ପାଳିପୋଷି ପ୍ରୋତ୍ସାହିତ କରୁଛି ପାକିସ୍ତାନ । ସମଗ୍ର ବିଶ୍ୱ ଶାନ୍ତି ଓ ସ୍ଥିରତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ଆତଙ୍କବାଦ । ତେଣୁ ପାକିସ୍ତାନ ହିଁ ବିଶ୍ୱଶାନ୍ତି ପାଇଁ ସବୁଠାରୁ ବଡ ଶତ୍ରୁ । ସୁଷମା କହିଛନ୍ତି ଆତଙ୍କବାଦର ରାକ୍ଷସ ଆଜି ସବୁ ଦେଶ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଭାରତ ବହୁ ଦସନ୍ଧି ଧରି ଏହାର ଶିକାର ହୋଇଛି । ଦୁର୍ଭାଗ୍ୟର ବିଷୟ ଯେ, ଆମେ ଆମ ପଡୋଶୀ ଦ୍ୱାରା ଆତଙ୍କବାଦର ଶିକାର ହେଉଛୁ । ପାକିସ୍ତାନ ଏଭଳି ଏକ ଦେଶ ଯିଏ କୁକର୍ମ କରି ଏହାକୁ ଫାଙ୍କି ଦେବାରେ ମାହିର । ଓସାମା ବିନ ଲାଦେନ ପାକିସ୍ତାନରେ ଲୁଚି ଥିଲା । ଆମେରିକାର ସହଯୋଗୀ ହୋଇ ପାକିସ୍ତାନ ବିଶ୍ୱାସଘାତକତା କରିଚାଲିଥିଲା । ଆମେରିକା ଲାଦେନ୍କୁ ସାରା ବିଶ୍ୱରେ ଖୋଜୁଥିବାବେଳେ ପାକିସ୍ତାନ ଆମେରିକା ଆଖିରେ ଧୂଳି ଦେଇ ଲାଦେନକୁ ନିଜ ମାଟିରେ ଲୁଚାଇ ରଖିଥିଲା । ଆମେରିକାର ଗୁଇନ୍ଦା ସଂସ୍ଥା ଲାଦେନ୍କୁ ଖୋଜି ବାହାର କରି ମାରିବା ପରେ ଏହି ସତ୍ୟ ସମ୍ମୁଖକୁ ଆସିଥିଲା ; କିନ୍ତୁ ଏହା ପରେ ମଧ୍ୟ ନିର୍ଲ୍ଲଜ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା ; ଏବଂ କିଛି ଜାଣିନଥିବା ଭଲେଇ ହୋଇଥିଲା । ସୁଷମା କହିଥିଲେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଆଞ୍ଚଳିକ ଅସ୍ଥିରତା ପାଇଁ ଦାୟୀ । ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ମିଛ ଅଭିନୟ କରୁଛି । ୨୦୧୫ ଡିସେମ୍ବରରେ ମୁଁ ନିଜେ ପାକିସ୍ତାନ ସହ କମ୍ପ୍ରେହେନସିଭ୍ ଆଲୋଚନା ପାଇଁ ମୁଁ ନିଜେ ୨୦୧୫ ଡିସେମ୍ବରରେ ଇସ୍ଲାମବାଦ ଯାଇଥିଲି; କିନ୍ତୁ ଏହାର ୨ ସପ୍ତାହ ପରେ ପଞ୍ଜାବର ପଠାନକୋଟ୍ ବାୟୁସେନା ଘାଟୀ ଉପରେ ଆତଙ୍କୀ ହମ୍ଲା କରିଥିଲା । ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ପାଇଁ ରାଜି ହୋଇଥିଲେ । ମାତ୍ର ନିଜ ହରକତ୍ରୁ ଓହରୁନଥିବା ପାକିସ୍ତାନ ଏହାର ଦିନକ ପରେ ସୀମାନ୍ତରେ ଜଣେ ବିଏସ୍ଏଫ୍ ଯୱାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ଏହାର ସମର୍ଥିତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ବୁରହାନ ୱାନିକୁ ଶହୀଦ ଦର୍ଶାଇ ତା’ ସ୍ମୃତିରେ କରାଚିରେ ସ୍ମରଣିକା ଡାକ ଟିକେଟ ଉନ୍ମୋଚନ କରାଗଲା । ଏଭଳି ସମୟରେ କି ଆଲୋଚନା ହେବ ? ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ତେଣୁ ଭାରତ ବାଧ୍ୟ ହୋଇ ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଲା । ଏଭଳି ବାତାବରଣରେ ଆଲୋଚନା କରଯାଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଥିଲେ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ
ସୀମାରେ କିଛି ହୋଇଛି : ରାଜନାଥଙ୍କ ରହସ୍ୟମୟ ସୂଚନା
ମୁଜାଫରନଗର, ୨୯/୯ : ସୀମାରେ ଗତ ୨/୩ ଦିନ ତଳେ କିଛି ହୋଇଛି । କିନ୍ତୁ ମୁଁ ସେ ବିଷୟରେ ସୂଚନା ଦେଇପାରିବି ନାହିଁ । କିନ୍ତୁ ବିଶ୍ୱାସ ରଖ, ଯାହା ହୋଇଛି ସବୁକିଛି ଠିକ୍ଠାକ୍ ହୋଇଛି । ଆଗକୁ ବି ଦେଖନ୍ତୁ କ’ଣ ହେବାକୁ ଯାଉଛି ।’ ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଜାଫରନଗର ଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ୩ ଚାରିଧାଡ଼ିର ରହସ୍ୟଭରା ସୂଚନା ଏବେ ସମଗ୍ର ଦେଶବାସୀଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି କରିଛି । ସୀମାରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଛି କି ? ପାକ୍ ସେନା ଶିବିର ଧ୍ୱଂସ ହୋଇଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କୁ ବ୍ୟଗ୍ର କରୁଛି । ପାକ୍ ସେନା ବିଏସ୍ଏଫ୍ ଯବାନ ନରେନ୍ଦ୍ର ସିଂହଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଥିଲେ । ଏହି ଘଟଣାରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଛି । ଏହାର ଜବାବ ଗୁଳିଗୋଳରେ ଦିଆଯିବ ବୋଲି ଶୁକ୍ରବାର ରାଜନାଥ ସିଂହ କହିଥିଲେ । ତେଣୁ ଭାରତୀୟ ସେନା ପକ୍ଷରୁ ପୁଣି ଥରେ ଏକ ବଡ଼ ଧରଣର ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥାଇପାରେ ବୋଲି କୁହାଯାଉଛି । ବିଏସ୍ଏଫ୍ ଜଣେ ଅଧିକାରୀ ମଧ୍ୟ ପରୋକ୍ଷରେ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ସୂଚନା ଦେଇଛନ୍ତି । ମୁଜାଫରନଗର ଠାରେ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଆମର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ତା’ର ସେନା ଉପରକୁ ପ୍ରଥମେ ଗୁଳି ଚଳାଏ ନାହିଁ । କିନ୍ତୁ ସେପଟରୁ ଯଦି ଗୁଳି ଫୁଟେ ତେବେ ଚୁପ୍ ବସ ନାହିଁ କି କେତେ ଗୁଳିରେ ପ୍ରତ୍ୟୁତ୍ତର ଦେବାକୁ ପଡ଼ିବ ତାହା ଚିନ୍ତା କରନାହିଁ ।
ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ପାକ୍ସେନା ଅଧିକ ଉଗ୍ର ହୋଇଛି : ବିଏସ୍ଏଫ୍ ମୁଖ୍ୟ
ନୂଆଦିଲ୍ଲୀ, ୨୯/୯(ଏଜେନ୍ସି) : ପୂର୍ବତନ କ୍ରିକେଟ୍ ତାରକା ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ସେନାର ଭାରତ ବିରୋଧୀ ଆଭିମୁଖ୍ୟ ଅଧିକ ଶାଣିତ ହୋଇଛି ବୋଲି କହିଛନ୍ତି ଭାରତୀୟ ସୀମା ସୁରକ୍ଷାବଳ (ବିଏସ୍ଏଫ୍)ର ମହାନିର୍ଦ୍ଦେଶକ କେ.କେ.ଶର୍ମା । ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହଙ୍କୁ ସୀମାରେ ଗୁଳି ମାରିବା ପରେ ଗଳାକାଟି ହତ୍ୟା କରାଯିବା ଘଟଣାରେ ଶ୍ରୀ ଶର୍ମା କହିଛନ୍ତି ଯେ, ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ଇମ୍ରାନ୍ ଖାନଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ହିଁ ପାକ୍ ସେନା ଏଭଳି ଘୃଣ୍ୟ ମାନସିକତା ଆପେଣଇଛି । ତେବେ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ବିହିତ ପଦକ୍ଷେପ ନେଇଛୁ ।
ଆଜାହାର ମାସୁଦ୍ ବିରୁଦ୍ଧରେ ଭାରତର କଟକଣା ପ୍ରସ୍ତାବକୁ ପୁଣି ବିରୋଧ କରିବ ଚୀନ
ନୂଆଦିଲ୍ଲୀ, ୨୯/ ୯ : ଭାରତ ଯଦି ପୁଣି ଆଜାହାର ମାସୁଦ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣେ ତେବେ ତାହାକୁ ଚୀନ ବିରୋଧ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି । ସେ କହିଛନ୍ତି ଯେ ଏଥିନେଇ ଜାତିସଂଘ ସୁରକ୍ଷା ପରିଷଦରେ ସହମତି ନାହିଁ । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ ବୋଲି ପୁନର୍ବାର ମତ ଦେଇଛି ଚୀନ୍ । ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ତରଫରୁ ପୂର୍ବରୁ ଜାତିସଂଘରେ ଦାବି କରାଯାଇଥିଲା । ତେବେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ରାସ୍ତା ଓଗାଳି ଆସୁଛି ଚୀନ୍ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କ୍ୟାଙ୍ଗ କହିଥିଲେ ଯେ, ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଥିବା ସର୍ତ୍ତାବଳୀ ମଧ୍ୟରେ ମାସୁଦ ଆଝାର ଆସୁ ନାହିଁ; ତେଣୁ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ । ସେ କହିଥିଲେ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା; ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇ ନ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ସଭ୍ୟଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇଲେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯିବ ବୋଲି ଚୀନ୍ ସଫେଇ ଦେଇଆସୁଛି । ଗତବର୍ଷ ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଚୀନ୍ ଏହାକୁ ବିରୋଧ କରିଥିଲା । ପଞ୍ଜାବସ୍ଥିତ ଭାରତୀୟ ବାୟୁସେନା ଶିବିର ଉପରେ ମାସୁଦ ଆଝାରର ଇଙ୍ଗିତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ତରଫରୁ ଦାବି ହେଉଛି । ବର୍ତ୍ତମାନ ଭାରତର ଏହି ଦାବିକୁ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସମର୍ଥନ କରୁଥିବା ବେଳେ କେବଳ ଚୀନ୍ ଅସହଯୋଗ କରୁଥିବାରୁ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବାରୁ ବର୍ତ୍ତି ଯାଉଛି ।
Saturday, 22 September 2018
ପୁଲୱାମା ଓ ସୋପିଆନ୍ରେ ସର୍ଚ୍ଚ ଅପରେସନ୍ ଜାର
ଶ୍ରୀନଗର, ୨୨/୯ : ଜମ୍ମୁ-କାଶ୍ମୀର ପୁଲିସର ୩ ଜଣ କର୍ମଚାରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯିବା ପରେ ସେମାନଙ୍କ ଶବ ଉଦ୍ଧାର ହୋଇଥିଲା । ଏହାପରେ ସିଆର୍ପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ସର ଯୱାନ ଓ ସ୍ଥାନୀୟ ପୁଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପୁଲୱାମା ଓ ସୋପିଆନ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖେଦାଡ଼ିବା ପାଇଁ ଏହି ଅପରେସନ୍ ଆରମ୍ଭ ହୋଇଥିବା କୁହାଯାଉଛି । ସର୍ଚ୍ଚ ଅପରେସନ ସମୟରେ ଆଜି ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାମାଡ଼ ହୋଇଥିଲା । ସୋପିଆନ୍ ଜିଲ୍ଲାର ସେରମଲ ଅଞ୍ଚଳରେ ସେନା ଉପରକୁ ପଥରମାଡ଼ ଯୋଗୁଁ ସୁରକ୍ଷାକର୍ମୀମାନେ ଲୁହବୁହାବାଷ୍ପ ପ୍ରୟୋଗ କରିଥିଲେ । ବିଚ୍ଛିନ୍ନତାବାଦୀ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଛକାପଞ୍ଝା ଲାଗି ରହିଥିଲା ।
Subscribe to:
Posts (Atom)