Saturday, 29 September 2018

ସୀମାରେ କିଛି ହୋଇଛି : ରାଜନାଥଙ୍କ ରହସ୍ୟମୟ ସୂଚନା


ମୁଜାଫରନଗର, ୨୯/୯ : ସୀମାରେ ଗତ ୨/୩ ଦିନ ତଳେ କିଛି ହୋଇଛି  । କିନ୍ତୁ ମୁଁ ସେ ବିଷୟରେ ସୂଚନା ଦେଇପାରିବି ନାହିଁ  । କିନ୍ତୁ ବିଶ୍ୱାସ ରଖ, ଯାହା ହୋଇଛି ସବୁକିଛି ଠିକ୍‍ଠାକ୍‍ ହୋଇଛି  । ଆଗକୁ ବି ଦେଖନ୍ତୁ କ’ଣ ହେବାକୁ ଯାଉଛି  ।’ ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଜାଫରନଗର ଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ୩ ଚାରିଧାଡ଼ିର ରହସ୍ୟଭରା ସୂଚନା ଏବେ ସମଗ୍ର ଦେଶବାସୀଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି କରିଛି  । ସୀମାରେ ଆଉ ଏକ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ହୋଇଛି କି ? ପାକ୍‍ ସେନା ଶିବିର ଧ୍ୱଂସ ହୋଇଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କୁ ବ୍ୟଗ୍ର କରୁଛି  । ପାକ୍‍ ସେନା ବିଏସ୍‍ଏଫ୍‍ ଯବାନ ନରେନ୍ଦ୍ର ସିଂହଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଥିଲେ  । ଏହି ଘଟଣାରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଛି  । ଏହାର ଜବାବ ଗୁଳିଗୋଳରେ ଦିଆଯିବ ବୋଲି ଶୁକ୍ରବାର ରାଜନାଥ ସିଂହ କହିଥିଲେ  । ତେଣୁ ଭାରତୀୟ ସେନା ପକ୍ଷରୁ ପୁଣି ଥରେ ଏକ ବଡ଼ ଧରଣର ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କରାଯାଇଥାଇପାରେ ବୋଲି କୁହାଯାଉଛି  । ବିଏସ୍‍ଏଫ୍‍ ଜଣେ ଅଧିକାରୀ ମଧ୍ୟ ପରୋକ୍ଷରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ବିଷୟରେ ସୂଚନା ଦେଇଛନ୍ତି  । ମୁଜାଫରନଗର ଠାରେ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଆମର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ତା’ର ସେନା ଉପରକୁ ପ୍ରଥମେ ଗୁଳି ଚଳାଏ ନାହିଁ  । କିନ୍ତୁ ସେପଟରୁ ଯଦି ଗୁଳି ଫୁଟେ ତେବେ ଚୁପ୍‍ ବସ ନାହିଁ କି କେତେ ଗୁଳିରେ ପ୍ରତ୍ୟୁତ୍ତର ଦେବାକୁ ପଡ଼ିବ ତାହା ଚିନ୍ତା କରନାହିଁ  ।

No comments:

Post a Comment