Saturday, 29 September 2018

ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ପାକ୍‍ସେନା ଅଧିକ ଉଗ୍ର ହୋଇଛି : ବିଏସ୍‍ଏଫ୍‍ ମୁଖ୍ୟ


ନୂଆଦିଲ୍ଲୀ, ୨୯/୯(ଏଜେନ୍ସି) : ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ସେନାର ଭାରତ ବିରୋଧୀ ଆଭିମୁଖ୍ୟ ଅଧିକ ଶାଣିତ ହୋଇଛି ବୋଲି କହିଛନ୍ତି ଭାରତୀୟ ସୀମା ସୁରକ୍ଷାବଳ (ବିଏସ୍‍ଏଫ୍‍)ର ମହାନିର୍ଦ୍ଦେଶକ କେ.କେ.ଶର୍ମା  । ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହଙ୍କୁ ସୀମାରେ ଗୁଳି ମାରିବା ପରେ ଗଳାକାଟି ହତ୍ୟା କରାଯିବା ଘଟଣାରେ ଶ୍ରୀ ଶର୍ମା କହିଛନ୍ତି ଯେ, ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା  । ଇମ୍ରାନ୍‍ ଖାନଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ହିଁ ପାକ୍‍ ସେନା ଏଭଳି ଘୃଣ୍ୟ ମାନସିକତା ଆପେଣଇଛି  । ତେବେ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ବିହିତ ପଦକ୍ଷେପ ନେଇଛୁ  ।

No comments:

Post a Comment