Saturday, 29 September 2018
ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ
ନ୍ୟୁୟର୍କ, ୨୯/୯ : ଜାତିସଂଘର ୭୩ତମ ସାଧାରଣ ଅଧିବେଶନରେ ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଅତ୍ୟନ୍ତ ଶାଣିତ ଆକ୍ରମଣ କରି ସେ ବିଶ୍ୱ ସମୁଦାୟକୁ ଜଣାଇ ଦେଇଛନ୍ତି ଯେ, ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ଦାନବ ସଦୃଶ । ଏହାକୁ ପାଳିପୋଷି ପ୍ରୋତ୍ସାହିତ କରୁଛି ପାକିସ୍ତାନ । ସମଗ୍ର ବିଶ୍ୱ ଶାନ୍ତି ଓ ସ୍ଥିରତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ଆତଙ୍କବାଦ । ତେଣୁ ପାକିସ୍ତାନ ହିଁ ବିଶ୍ୱଶାନ୍ତି ପାଇଁ ସବୁଠାରୁ ବଡ ଶତ୍ରୁ । ସୁଷମା କହିଛନ୍ତି ଆତଙ୍କବାଦର ରାକ୍ଷସ ଆଜି ସବୁ ଦେଶ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଭାରତ ବହୁ ଦସନ୍ଧି ଧରି ଏହାର ଶିକାର ହୋଇଛି । ଦୁର୍ଭାଗ୍ୟର ବିଷୟ ଯେ, ଆମେ ଆମ ପଡୋଶୀ ଦ୍ୱାରା ଆତଙ୍କବାଦର ଶିକାର ହେଉଛୁ । ପାକିସ୍ତାନ ଏଭଳି ଏକ ଦେଶ ଯିଏ କୁକର୍ମ କରି ଏହାକୁ ଫାଙ୍କି ଦେବାରେ ମାହିର । ଓସାମା ବିନ ଲାଦେନ ପାକିସ୍ତାନରେ ଲୁଚି ଥିଲା । ଆମେରିକାର ସହଯୋଗୀ ହୋଇ ପାକିସ୍ତାନ ବିଶ୍ୱାସଘାତକତା କରିଚାଲିଥିଲା । ଆମେରିକା ଲାଦେନ୍କୁ ସାରା ବିଶ୍ୱରେ ଖୋଜୁଥିବାବେଳେ ପାକିସ୍ତାନ ଆମେରିକା ଆଖିରେ ଧୂଳି ଦେଇ ଲାଦେନକୁ ନିଜ ମାଟିରେ ଲୁଚାଇ ରଖିଥିଲା । ଆମେରିକାର ଗୁଇନ୍ଦା ସଂସ୍ଥା ଲାଦେନ୍କୁ ଖୋଜି ବାହାର କରି ମାରିବା ପରେ ଏହି ସତ୍ୟ ସମ୍ମୁଖକୁ ଆସିଥିଲା ; କିନ୍ତୁ ଏହା ପରେ ମଧ୍ୟ ନିର୍ଲ୍ଲଜ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା ; ଏବଂ କିଛି ଜାଣିନଥିବା ଭଲେଇ ହୋଇଥିଲା । ସୁଷମା କହିଥିଲେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଆଞ୍ଚଳିକ ଅସ୍ଥିରତା ପାଇଁ ଦାୟୀ । ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ମିଛ ଅଭିନୟ କରୁଛି । ୨୦୧୫ ଡିସେମ୍ବରରେ ମୁଁ ନିଜେ ପାକିସ୍ତାନ ସହ କମ୍ପ୍ରେହେନସିଭ୍ ଆଲୋଚନା ପାଇଁ ମୁଁ ନିଜେ ୨୦୧୫ ଡିସେମ୍ବରରେ ଇସ୍ଲାମବାଦ ଯାଇଥିଲି; କିନ୍ତୁ ଏହାର ୨ ସପ୍ତାହ ପରେ ପଞ୍ଜାବର ପଠାନକୋଟ୍ ବାୟୁସେନା ଘାଟୀ ଉପରେ ଆତଙ୍କୀ ହମ୍ଲା କରିଥିଲା । ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ପାଇଁ ରାଜି ହୋଇଥିଲେ । ମାତ୍ର ନିଜ ହରକତ୍ରୁ ଓହରୁନଥିବା ପାକିସ୍ତାନ ଏହାର ଦିନକ ପରେ ସୀମାନ୍ତରେ ଜଣେ ବିଏସ୍ଏଫ୍ ଯୱାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ଏହାର ସମର୍ଥିତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ବୁରହାନ ୱାନିକୁ ଶହୀଦ ଦର୍ଶାଇ ତା’ ସ୍ମୃତିରେ କରାଚିରେ ସ୍ମରଣିକା ଡାକ ଟିକେଟ ଉନ୍ମୋଚନ କରାଗଲା । ଏଭଳି ସମୟରେ କି ଆଲୋଚନା ହେବ ? ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ତେଣୁ ଭାରତ ବାଧ୍ୟ ହୋଇ ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଲା । ଏଭଳି ବାତାବରଣରେ ଆଲୋଚନା କରଯାଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଥିଲେ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ
Subscribe to:
Post Comments (Atom)
No comments:
Post a Comment