Sunday, 30 September 2018

୭ଟି ଏକେ ୪୭ ରାଇଫଲ ସହିତ ପୁଲିସ ଅଧିକାରୀ ଫେରାର୍‍


ଶ୍ରୀନଗର, ୨୯/୯ : ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍‍, ସର୍ଭିସ୍‍ ପିସ୍ତଲ ସହିତ ଫେରାର ହୋଇଯାଇଛନ୍ତି  । ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା  । ଅଦିଲ ବସିର୍‍ ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି  । ପୁଲିସର କହିବାନୁଯାୟୀ, ଜବାହାରନଗରସ୍ଥିତ ପିଡିପି ବିଧାୟକ ଏ. ଅହମ୍ମଦ ମିରଙ୍କ ସୁରକ୍ଷା ପାଇଁ ବସିରଙ୍କୁ ନିୟୋଜିତ କରାଯାଇଥିଲା  । ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ୍‍ ଭାବେ ପରିଗଣିତ ଉକ୍ତ ଅଞ୍ଚଳରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ରାଜନେତା ରହୁଛନ୍ତି  । ଏହି ଘଟଣା ପରେ ସମଗ୍ର କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି  । ବସିରଙ୍କ ସହିତ ଏକାଧିକ ଲୋକଙ୍କ ସମର୍ଥନ ଥିବା ସନ୍ଦେହ କରାଯାଉଛି  । ତେଣୁ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଉଛି  । ପଳାତକ ବସିରଙ୍କ ବିଷୟରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି  । ଆତଙ୍କବାଦୀଙ୍କ ଧମକ ପରେ ଜାମ୍ମୁ-କାଶ୍ମୀରରେ ଗତ ୧୦ ଦିନ ମଧ୍ୟରେ ୪୦ରୁ ଊଦ୍ଧ୍ୱର୍ ଏସ୍‍ପିଓ ଇସ୍ତଫା ଦେଇଛନ୍ତି  ।

Saturday, 29 September 2018

ଆଜାହାର ମାସୁଦ୍‍ ବିରୁଦ୍ଧରେ ଭାରତର କଟକଣା ପ୍ରସ୍ତାବକୁ ପୁଣି ବିରୋଧ କରିବ ଚୀନ


ନୂଆଦିଲ୍ଲୀ, ୨୯/ ୯ : ଭାରତ ଯଦି ପୁଣି ଆଜାହାର ମାସୁଦ୍‍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣେ ତେବେ ତାହାକୁ ଚୀନ ବିରୋଧ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି  । ସେ କହିଛନ୍ତି ଯେ ଏଥିନେଇ ଜାତିସଂଘ ସୁରକ୍ଷା ପରିଷଦରେ ସହମତି ନାହିଁ  । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ ବୋଲି ପୁନର୍ବାର ମତ ଦେଇଛି ଚୀନ୍‍ । ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ତରଫରୁ ପୂର୍ବରୁ ଜାତିସଂଘରେ ଦାବି କରାଯାଇଥିଲା । ତେବେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ରାସ୍ତା ଓଗାଳି ଆସୁଛି ଚୀନ୍‍ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କ୍ୟାଙ୍ଗ କହିଥିଲେ ଯେ, ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଥିବା ସର୍ତ୍ତାବଳୀ ମଧ୍ୟରେ ମାସୁଦ ଆଝାର ଆସୁ ନାହିଁ; ତେଣୁ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ । ସେ କହିଥିଲେ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା; ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇ ନ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ସଭ୍ୟଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇଲେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯିବ ବୋଲି ଚୀନ୍‍ ସଫେଇ ଦେଇଆସୁଛି । ଗତବର୍ଷ ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଚୀନ୍‍ ଏହାକୁ ବିରୋଧ କରିଥିଲା । ପଞ୍ଜାବସ୍ଥିତ ଭାରତୀୟ ବାୟୁସେନା ଶିବିର ଉପରେ ମାସୁଦ ଆଝାରର ଇଙ୍ଗିତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ତରଫରୁ ଦାବି ହେଉଛି । ବର୍ତ୍ତମାନ ଭାରତର ଏହି ଦାବିକୁ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସମର୍ଥନ କରୁଥିବା ବେଳେ କେବଳ ଚୀନ୍‍ ଅସହଯୋଗ କରୁଥିବାରୁ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବାରୁ ବର୍ତ୍ତି ଯାଉଛି  ।

ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ


ନ୍ୟୁୟର୍କ, ୨୯/୯ : ଜାତିସଂଘର ୭୩ତମ ସାଧାରଣ ଅଧିବେଶନରେ ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନର ଅସଲି ଚେହେରା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  । ଅତ୍ୟନ୍ତ ଶାଣିତ ଆକ୍ରମଣ କରି ସେ ବିଶ୍ୱ ସମୁଦାୟକୁ ଜଣାଇ ଦେଇଛନ୍ତି ଯେ, ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ଦାନବ ସଦୃଶ  । ଏହାକୁ ପାଳିପୋଷି ପ୍ରୋତ୍ସାହିତ କରୁଛି ପାକିସ୍ତାନ  । ସମଗ୍ର ବିଶ୍ୱ ଶାନ୍ତି ଓ ସ୍ଥିରତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ଆତଙ୍କବାଦ  । ତେଣୁ ପାକିସ୍ତାନ ହିଁ ବିଶ୍ୱଶାନ୍ତି ପାଇଁ ସବୁଠାରୁ ବଡ ଶତ୍ରୁ । ସୁଷମା କହିଛନ୍ତି ଆତଙ୍କବାଦର ରାକ୍ଷସ ଆଜି ସବୁ ଦେଶ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଭାରତ ବହୁ ଦସନ୍ଧି ଧରି ଏହାର ଶିକାର ହୋଇଛି । ଦୁର୍ଭାଗ୍ୟର ବିଷୟ ଯେ, ଆମେ ଆମ ପଡୋଶୀ ଦ୍ୱାରା ଆତଙ୍କବାଦର ଶିକାର ହେଉଛୁ । ପାକିସ୍ତାନ ଏଭଳି ଏକ ଦେଶ ଯିଏ କୁକର୍ମ କରି ଏହାକୁ ଫାଙ୍କି ଦେବାରେ ମାହିର । ଓସାମା ବିନ ଲାଦେନ ପାକିସ୍ତାନରେ ଲୁଚି ଥିଲା । ଆମେରିକାର ସହଯୋଗୀ ହୋଇ ପାକିସ୍ତାନ ବିଶ୍ୱାସଘାତକତା କରିଚାଲିଥିଲା । ଆମେରିକା ଲାଦେନ୍‍କୁ ସାରା ବିଶ୍ୱରେ ଖୋଜୁଥିବାବେଳେ ପାକିସ୍ତାନ ଆମେରିକା ଆଖିରେ ଧୂଳି ଦେଇ ଲାଦେନକୁ ନିଜ ମାଟିରେ ଲୁଚାଇ ରଖିଥିଲା  । ଆମେରିକାର ଗୁଇନ୍ଦା ସଂସ୍ଥା ଲାଦେନ୍‍କୁ ଖୋଜି ବାହାର କରି ମାରିବା ପରେ ଏହି ସତ୍ୟ ସମ୍ମୁଖକୁ ଆସିଥିଲା ; କିନ୍ତୁ ଏହା ପରେ ମଧ୍ୟ ନିର୍ଲ୍ଲଜ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା ; ଏବଂ କିଛି ଜାଣିନଥିବା ଭଲେଇ ହୋଇଥିଲା  । ସୁଷମା କହିଥିଲେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଆଞ୍ଚଳିକ ଅସ୍ଥିରତା ପାଇଁ ଦାୟୀ  । ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ମିଛ ଅଭିନୟ କରୁଛି  । ୨୦୧୫ ଡିସେମ୍ବରରେ ମୁଁ ନିଜେ ପାକିସ୍ତାନ ସହ କମ୍ପ୍ରେହେନସିଭ୍‍ ଆଲୋଚନା ପାଇଁ ମୁଁ ନିଜେ ୨୦୧୫ ଡିସେମ୍ବରରେ ଇସ୍‍ଲାମବାଦ ଯାଇଥିଲି; କିନ୍ତୁ ଏହାର ୨ ସପ୍ତାହ ପରେ ପଞ୍ଜାବର ପଠାନକୋଟ୍‍ ବାୟୁସେନା ଘାଟୀ ଉପରେ ଆତଙ୍କୀ ହମ୍‍ଲା କରିଥିଲା  । ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ  । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ପାଇଁ ରାଜି ହୋଇଥିଲେ । ମାତ୍ର ନିଜ ହରକତ୍‍ରୁ ଓହରୁନଥିବା ପାକିସ୍ତାନ ଏହାର ଦିନକ ପରେ ସୀମାନ୍ତରେ ଜଣେ ବିଏସ୍‍ଏଫ୍‍ ଯୱାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ଏହାର ସମର୍ଥିତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ  । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ବୁରହାନ ୱାନିକୁ ଶହୀଦ ଦର୍ଶାଇ ତା’ ସ୍ମୃତିରେ କରାଚିରେ ସ୍ମରଣିକା ଡାକ ଟିକେଟ ଉନ୍ମୋଚନ କରାଗଲା । ଏଭଳି ସମୟରେ କି ଆଲୋଚନା ହେବ ? ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ତେଣୁ ଭାରତ ବାଧ୍ୟ ହୋଇ ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଲା  । ଏଭଳି ବାତାବରଣରେ ଆଲୋଚନା କରଯାଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଥିଲେ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ

ସୀମାରେ କିଛି ହୋଇଛି : ରାଜନାଥଙ୍କ ରହସ୍ୟମୟ ସୂଚନା


ମୁଜାଫରନଗର, ୨୯/୯ : ସୀମାରେ ଗତ ୨/୩ ଦିନ ତଳେ କିଛି ହୋଇଛି  । କିନ୍ତୁ ମୁଁ ସେ ବିଷୟରେ ସୂଚନା ଦେଇପାରିବି ନାହିଁ  । କିନ୍ତୁ ବିଶ୍ୱାସ ରଖ, ଯାହା ହୋଇଛି ସବୁକିଛି ଠିକ୍‍ଠାକ୍‍ ହୋଇଛି  । ଆଗକୁ ବି ଦେଖନ୍ତୁ କ’ଣ ହେବାକୁ ଯାଉଛି  ।’ ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଜାଫରନଗର ଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ୩ ଚାରିଧାଡ଼ିର ରହସ୍ୟଭରା ସୂଚନା ଏବେ ସମଗ୍ର ଦେଶବାସୀଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି କରିଛି  । ସୀମାରେ ଆଉ ଏକ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ହୋଇଛି କି ? ପାକ୍‍ ସେନା ଶିବିର ଧ୍ୱଂସ ହୋଇଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କୁ ବ୍ୟଗ୍ର କରୁଛି  । ପାକ୍‍ ସେନା ବିଏସ୍‍ଏଫ୍‍ ଯବାନ ନରେନ୍ଦ୍ର ସିଂହଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଥିଲେ  । ଏହି ଘଟଣାରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଛି  । ଏହାର ଜବାବ ଗୁଳିଗୋଳରେ ଦିଆଯିବ ବୋଲି ଶୁକ୍ରବାର ରାଜନାଥ ସିଂହ କହିଥିଲେ  । ତେଣୁ ଭାରତୀୟ ସେନା ପକ୍ଷରୁ ପୁଣି ଥରେ ଏକ ବଡ଼ ଧରଣର ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କରାଯାଇଥାଇପାରେ ବୋଲି କୁହାଯାଉଛି  । ବିଏସ୍‍ଏଫ୍‍ ଜଣେ ଅଧିକାରୀ ମଧ୍ୟ ପରୋକ୍ଷରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ବିଷୟରେ ସୂଚନା ଦେଇଛନ୍ତି  । ମୁଜାଫରନଗର ଠାରେ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଆମର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ତା’ର ସେନା ଉପରକୁ ପ୍ରଥମେ ଗୁଳି ଚଳାଏ ନାହିଁ  । କିନ୍ତୁ ସେପଟରୁ ଯଦି ଗୁଳି ଫୁଟେ ତେବେ ଚୁପ୍‍ ବସ ନାହିଁ କି କେତେ ଗୁଳିରେ ପ୍ରତ୍ୟୁତ୍ତର ଦେବାକୁ ପଡ଼ିବ ତାହା ଚିନ୍ତା କରନାହିଁ  ।

ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ପାକ୍‍ସେନା ଅଧିକ ଉଗ୍ର ହୋଇଛି : ବିଏସ୍‍ଏଫ୍‍ ମୁଖ୍ୟ


ନୂଆଦିଲ୍ଲୀ, ୨୯/୯(ଏଜେନ୍ସି) : ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ସେନାର ଭାରତ ବିରୋଧୀ ଆଭିମୁଖ୍ୟ ଅଧିକ ଶାଣିତ ହୋଇଛି ବୋଲି କହିଛନ୍ତି ଭାରତୀୟ ସୀମା ସୁରକ୍ଷାବଳ (ବିଏସ୍‍ଏଫ୍‍)ର ମହାନିର୍ଦ୍ଦେଶକ କେ.କେ.ଶର୍ମା  । ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହଙ୍କୁ ସୀମାରେ ଗୁଳି ମାରିବା ପରେ ଗଳାକାଟି ହତ୍ୟା କରାଯିବା ଘଟଣାରେ ଶ୍ରୀ ଶର୍ମା କହିଛନ୍ତି ଯେ, ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା  । ଇମ୍ରାନ୍‍ ଖାନଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ହିଁ ପାକ୍‍ ସେନା ଏଭଳି ଘୃଣ୍ୟ ମାନସିକତା ଆପେଣଇଛି  । ତେବେ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ବିହିତ ପଦକ୍ଷେପ ନେଇଛୁ  ।

ଆଜାହାର ମାସୁଦ୍‍ ବିରୁଦ୍ଧରେ ଭାରତର କଟକଣା ପ୍ରସ୍ତାବକୁ ପୁଣି ବିରୋଧ କରିବ ଚୀନ

ନୂଆଦିଲ୍ଲୀ, ୨୯/ ୯ : ଭାରତ ଯଦି ପୁଣି ଆଜାହାର ମାସୁଦ୍‍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣେ ତେବେ ତାହାକୁ ଚୀନ ବିରୋଧ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି  । ସେ କହିଛନ୍ତି ଯେ ଏଥିନେଇ ଜାତିସଂଘ ସୁରକ୍ଷା ପରିଷଦରେ ସହମତି ନାହିଁ  । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ ବୋଲି ପୁନର୍ବାର ମତ ଦେଇଛି ଚୀନ୍‍ । ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ତରଫରୁ ପୂର୍ବରୁ ଜାତିସଂଘରେ ଦାବି କରାଯାଇଥିଲା । ତେବେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ରାସ୍ତା ଓଗାଳି ଆସୁଛି ଚୀନ୍‍ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କ୍ୟାଙ୍ଗ କହିଥିଲେ ଯେ, ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଥିବା ସର୍ତ୍ତାବଳୀ ମଧ୍ୟରେ ମାସୁଦ ଆଝାର ଆସୁ ନାହିଁ; ତେଣୁ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇପାରିବ ନାହିଁ । ସେ କହିଥିଲେ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା; ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇ ନ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ସଭ୍ୟଙ୍କ ମଧ୍ୟରେ ଏକମତ ପ୍ରକାଶ ପାଇଲେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯିବ ବୋଲି ଚୀନ୍‍ ସଫେଇ ଦେଇଆସୁଛି । ଗତବର୍ଷ ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଚୀନ୍‍ ଏହାକୁ ବିରୋଧ କରିଥିଲା । ପଞ୍ଜାବସ୍ଥିତ ଭାରତୀୟ ବାୟୁସେନା ଶିବିର ଉପରେ ମାସୁଦ ଆଝାରର ଇଙ୍ଗିତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ତରଫରୁ ଦାବି ହେଉଛି । ବର୍ତ୍ତମାନ ଭାରତର ଏହି ଦାବିକୁ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସମର୍ଥନ କରୁଥିବା ବେଳେ କେବଳ ଚୀନ୍‍ ଅସହଯୋଗ କରୁଥିବାରୁ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବାରୁ ବର୍ତ୍ତି ଯାଉଛି  ।

Saturday, 22 September 2018

ପୁଲୱାମା ଓ ସୋପିଆନ୍‍ରେ ସର୍ଚ୍ଚ ଅପରେସନ୍‍ ଜାର


ଶ୍ରୀନଗର, ୨୨/୯ : ଜମ୍ମୁ-କାଶ୍ମୀର ପୁଲିସର ୩ ଜଣ କର୍ମଚାରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯିବା ପରେ ସେମାନଙ୍କ ଶବ ଉଦ୍ଧାର ହୋଇଥିଲା  । ଏହାପରେ ସିଆର୍‍ପିଏଫ୍‍, ରାଷ୍ଟ୍ରୀୟ ରାଇଫଲ୍ସର ଯୱାନ ଓ ସ୍ଥାନୀୟ ପୁଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି  । ପୁଲୱାମା ଓ ସୋପିଆନ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖେଦାଡ଼ିବା ପାଇଁ ଏହି ଅପରେସନ୍‍ ଆରମ୍ଭ ହୋଇଥିବା କୁହାଯାଉଛି  । ସର୍ଚ୍ଚ ଅପରେସନ ସମୟରେ ଆଜି ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାମାଡ଼ ହୋଇଥିଲା  । ସୋପିଆନ୍‍ ଜିଲ୍ଲାର ସେରମଲ ଅଞ୍ଚଳରେ ସେନା ଉପରକୁ ପଥରମାଡ଼ ଯୋଗୁଁ ସୁରକ୍ଷାକର୍ମୀମାନେ ଲୁହବୁହାବାଷ୍ପ ପ୍ରୟୋଗ କରିଥିଲେ  । ବିଚ୍ଛିନ୍ନତାବାଦୀ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବେଶ୍‍ କିଛି ସମୟ ଧରି ଛକାପଞ୍ଝା ଲାଗି ରହିଥିଲା  ।

Friday, 21 September 2018

୩ ପୁଲିସକର୍ମୀଙ୍କୁ ଅପହରଣ କରି ହତ୍ୟା


ଶ୍ରୀନଗର, ୨୧/୯: ‘ପୁଲିସ ଚାକିରି ଛାଡ ନହେଲେ ମର’ ବୋଲି ଧମକ ଦେଇଥିବା ପାକ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍‍ ମୁଜାହିଦ୍ଦିନ ଏବେ ପୁଲିସକର୍ମୀଙ୍କୁ ହତ୍ୟା କରି ଘାଟୀରେ ଆତଙ୍କ ଖେଳାଇଛି । ପୂର୍ବରୁ ଜନସାଧାରଣଙ୍କୁ ଭୟଭୀତ କରୁଥିବା ଏହି ସଂଗଠନ ପୁଲିସକର୍ମୀଙ୍କୁ ସମୂହ ଇସ୍ତଫା ଦେବା ପାଇଁ ମଧ୍ୟ ଚେତାବନୀ ଦେଇଛି । ଏହି କ୍ରମରେ ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ୩ ଜଣ ପୁଲିସକର୍ମୀଙ୍କୁ ଅପହରଣ କରି ନେଇ ହତ୍ୟା କରିଛି ହିଜବୁଲ୍‍ ମୁଜାହିଦ୍ଦିନ  । ଜିଲ୍ଲାର ୱାଙ୍ଗମ ଅଞ୍ଚଳର ଏକ ଅର୍କାଡରୁ ଆଜି ସେମାନଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି  । ଜିଲ୍ଲାର କେପରାନ୍‍ ଓ ହିପୁରା ଅଞ୍ଚଳର ବଟଗୁଣ୍ଡ ଗ୍ରାମରୁ ଏହି ପୁଲିସକର୍ମୀମାନଙ୍କୁ ଅପହରଣ କରାଯାଇଥିଲା  । ସେମାନେ ହେଲେ କନେଷ୍ଟବଳ ନିସାର ଅହମ୍ମଦ ଓ ୨ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଫିର୍ଦ୍ଦେøଷ ଅହମ୍ମଦ ଓ କୁଲୱନ୍ତି ସିଂହ  । ଉଲ୍ଲେଖ ଯୋଗ୍ୟରେ ଗତ ଅଗଷ୍ଟ ୩୦ରେ ମଧ୍ୟ ୯ ଜଣ ପୁଲିସକର୍ମୀଙ୍କ ସମ୍ପର୍କୀୟ ଓ ୨ ଜଣ ପୁଲିସ କର୍ମୀଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ  । ଅବଶ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା  ।

ବନ୍ଦୀପୁରାରେ ୨ ଆତଙ୍କବାଦୀ ନିହତ ବନ୍ଦୀପୁରାରେ ୨


ଆତଙ୍କବାଦୀ ନିହତ
ଶ୍ରୀନଗର, ୨୧/୯ :
ଜମ୍ମୁ-କାଶ୍ମୀରର ବନ୍ଦୀପୁରା ଜିଲ୍ଲାରେ
ଏନକାଉଣ୍ଟର ଘଟି ୨ ଜଣ ଆତଙ୍କବାଦୀ
ନିହତ ହୋଇଛନ୍ତି  । ସୁମଲାର
ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି
ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା
ମିଳିଥିଲା  । ଏହାପରେ ରାଷ୍ଟ୍ରୀୟ
ରାଇଫଲ୍ସ, ରାଜ୍ୟ ପୁଲିସର ଏସ୍‍ଓଜି
ଏବଂ ସିଆର୍‍ପିଏଫ୍‍ର ଯୱାନମାନେ
କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ
କରିଥିଲେ । କର୍ଡନ ଧିରେ ଧିରେ
ସଙ୍କୁଚିତ ହେବାରୁ ଆତଙ୍କବାଦୀମାନେ
ବିବ୍ରତ ହୋଇ ଫାୟାରିଂ କରିଥିଲେ  ।
ଫଳରେ ଏନକାଉଣ୍ଟରର ସୂତ୍ରପାତ
ହୋଇଥିଲା  ।

Thursday, 20 September 2018

पाकिस्तान की नापाक हरकत : बुरहान वानी सहित २० आतंकियों को शहीद बता जारी किया डाक टिकट


बुरहान वानी को बताया ‘फ्रीडम आइकॉन’

सुरक्षाबलों के साथ मुठभेड में मारे गए हिजबुल आतंकी बुरहान वानी को पाकिस्तान ने ‘आजादी का चेहरा’ घोषित किया है। पाक ने ‘भारत के अन्याय के खिलाफ कश्मीरियों के संघर्ष’ का समर्थन करते हुए बुरहान वानी के सम्मान में २० डाक टिकट भी जारी किए हैं।
अंग्रेजी अखबार ‘टाइम्स ऑफ इंडिया’ में प्रकाशित रिपोर्ट में ‘पाकिस्तान पोस्ट’ के एक वरिष्ठ अधिकारी के हवाले से ये जानकारी दी गई है। रिपोर्ट में कहा गया है कि, कई परेशान करने वाली तस्वीरों के साथ २४ जुलाई को कराची से स्थानीय और अंतरराष्ट्रीय स्तर पर कश्मीर में रहने वाले लोगों की ‘दुर्दशा’ को उजागर करने के लिए टिकट जारी किए गए थे।
जारी किए गए टिकटों में ‘बुरहान वानी (१९९४-२०१६) आजादी का हीरो (फ्रीडम आइकॉन)’ जैसे कैप्शन लिखे गए हैं। बता दें कि ८ जुलाई, २०१६ को कश्मीर के अनंतनाग जिले में सुरक्षाबलों के साथ हुई मुठभेड में २२ वर्षीय बुरहान वानी के साथ उसके दो सहयोगी मारे गए थे।
मारे गए हिजबुल कमांडर के अलावा, ‘स्मारक’ टिकटों पर मौजूद अन्य कैप्शन में ‘रासायनिक हथियार का उपयोग’, ‘पैलेट गन’, ‘सामूहिक कब्र’, ‘ब्रेड चॉपिंग’ का उपयोग शामिल है। टिकटों पर लगाई गई तस्वीरें मुठभेडों में मारे गए आतंकवादियों की हैं।
अखबार की रिपोर्ट के अनुसार, टिकटों को ब्यूरो, कराची द्वारा ‘कश्मीर मार्टर्स डे’ पर जारी किया गया था। ई-बे पर ६.९९डॉलर (लगभग ५०० रुपये) में उपलब्ध हैं। इसकी कीमत ८ पाकिस्तानी रुपये प्रति टिकट है।

ଆତଙ୍କବାଦ ବିରୋଧି ଅଭିଯାନ ପାଇଁ ଭାରତକୁ ଆମେରିକାର ପ୍ରଶଂସା


ମୁମ୍ବାଇ,୨୦/୯ : ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧି ସଭା କଂଗ୍ରେସରେ କଣ୍ଟ୍ରି ରିପୋର୍ଟ ଅଫ୍ ଟେରୋରିଜିମ୍ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି । ଏହି ରିପୋର୍ଟରେ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରାଯାଇଛି । ଜମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ମଧ୍ୟ ଭାରତର କିଛି ରାଜ୍ୟରେ ଆତଙ୍କବାଦୀ, ଉଗବାଦୀ ଓ ମାଓବାଦୀମାନଙ୍କୁ ଯେଭଳି ସାବାଡ କରାଯାଉଛି ତାହାକୁ ଏଥିରେ ପ୍ରଶଂସା କରାଯାଇଛି । ଜମ୍ମୁକାଶ୍ମୀରୀରେ ସୀମାପାର ଆତଙ୍କବାଦୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଭାରତରେ ଅଲ୍-କାଏଦା, ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଓ ଦାଉଦ ଗୋଷ୍ଠୀ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ କରିବା ସହ ଏ କ୍ଷେତ୍ରରେ ଭାରତର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଏଥô୍ସହିତ ଆଗାମୀ ଡିସେମ୍ବରରେ ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧି ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାରତ ଆତଙ୍କବାଦ, ଉଗ୍ରବାଦ ଓ ମାଓବାଦ ସମ୍ପର୍କରେ ଆମେରିକା ସହ ତଥ୍ୟ ଆଦାନପ୍ରଦାନ କରୁବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଏଥିରେ ଗତ ମାର୍ଚ୍ଚ ୮ ତାରିଖରେ କୋଲକାତରୁ ଜମାତ-ଉଲ- ମୁଜାହିଦ୍ଦିନ୍ ବାଲାଂଦେଶର ନେତା ମହମ୍ମଦ ଇଦ୍ରିଶକୁ ଗିରଫ କରିବା ପାଇଁ ଭାରତକୁ ପ୍ରଶଂସା କରାଯାଇଛି ।

ବୁରହାନ୍ ୱାନିଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇଲା ପାକିସ୍ତାନ


ନୂଆଦିଲ୍ଲୀ,୨୦/୯ : ୨ ବର୍ଷ ତଳେ ୨୦୧୬ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ହିଜବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ବୁରହାନ ୱାନିଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଭାବେ ବର୍ଣ୍ଣନା କରିଛି । ତାର ସ୍ମୃତି ଉଦ୍ଦେଶ୍ୟରେ କରାଚିରେ ଏକ ଡାକଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଇବେ ୱେବସେଟ୍ରେ ଏହା ୬.୯୯ ଡଲାର ବା ୫ଶହ ଟଙ୍କା ମୂଲ୍ୟରେ ମିଳୁଛି । ପାକିସ୍ତାନର ମୁଦ୍ରା ଅନୁସାରେ ଏହି ଡାକଟିକଟର ମୂଲ୍ୟ ୮ ଟଙ୍କା ରଖାଯାଇଛି । ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଅନ୍ୟ ୧୯ଟି ଡାକଟିକଟରେ ବ୍ରାଡ ଚପର, ପଥର ଫିଙ୍ଗାଳିଙ୍କୁ ମାନବ ଢ଼ାଲ ଭାବେ ଉପଯୋଗ କରିବା, କାଶ୍ମୀରର ସ୍ୱାଧୀନତା ପାଇଁ ୧ ଲକ୍ଷରୁ ଅଧିକ କାଶ୍ମୀର ଜନତା ସହିଦ ହେବା, ଭାରତୀୟ ସେନାର ବର୍ବରତା ପ୍ରଭୃତି ଏହି ଡାକଟିକଟରେ ସ୍ଥାନ ପାଇଛି ।

ଆଲୋଚନା ପାଇଁ ପାକିସ୍ତାନର ନେହୁରା


ଦିଲ୍ଲୀ,୨୦/୯ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଏପରିକି ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ପାକିସ୍ତାନ ବିଧି ଓ ସୂଚନା ମନ୍ତ୍ରୀ ଯୋଗଦେବାକୁ ସେ ଉଭୟ ଦେଶ ମଧ୍ୟରେ ସୁ-ସମ୍ପର୍କର ଏକ ସଙ୍କେତ ବୋଲି ବର୍ଣ୍ଣନା କରିଛନ୍ତି । ତେଣୁ ଉଭୟ ଦେଶ ଗଠନମୂଳକ ଦିଗରେ କାର୍ଯ୍ୟ କରିବା ପାଇଁ ଇମ୍ରାନ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିବା ଜଣାପଡିଛି । ସ୍ୱର୍ଗତ ବାଜପେୟୀ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁ-ସମ୍ପର୍କ ପାଇଁ କିଭଳି ଉଦ୍ୟମ କରିଥିଲେ ତାହା ମଧ୍ୟ ସେ ମନେପକାଇ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଛନ୍ତି । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ସଦିଚ୍ଛା ନେଇ କାମକଲେ କୌଣସି ପ୍ରସଙ୍ଗ ଅସମାହିତ ରହିବ ନାହିଁ ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଚଳିତ ମାସ ନ୍ୟୁୟର୍କରେ ଭ।।ରତ ପାକ ବୈଦେଶିକମନ୍ତ୍ରୀଙ୍କ ଅନୌପଚାରିକ ଆଲୋଚନା ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ମଧ୍ୟ ଆଲୋଚନା ପାଇଁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତ ପକ୍ଷରୁ କୌଣସି ସଙ୍କେତ ଦିଆଯାଇନାହିଁ । ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଛି । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଛନ୍ତି ।

ପାକିସ୍ତାନର ମିଠା ବିଷ


ପାକିସ୍ତାନ ଆଲୋଚନା ପାଇଁ ଯେଉଁ ପ୍ରସ୍ତାବ ଦେଇଛି ତାହା ଏକ ପ୍ରବଞ୍ଚନା । କାରଣ ଏବେ ଆଲୋଚନା ପାଇଁ ନା ସମୟ ଅଛି ନା ସୁଯୋଗ, ନା ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ୱାରା ଆଲୋଚନା ସମ୍ଭବ ହେବ । ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ଦରକାର । ବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଗୋଟିଏ ପଟେ ସୀମାନ୍ତରେ ପାକିସ୍ତାନ ଆମ ଯବାନମାନଙ୍କର ମୁଣ୍ଡ କାଟି ନେଉଛି । ସେପଟେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ଶହୀଦ ଯବାନମାନଙ୍କ ପରିବାର ପ୍ରତିଶୋଧ ପାଇଁ ସରକାରଙ୍କୁ ଆହ୍ୱାନ ଦେଉଛନ୍ତି । ବିରୋଧିମାନେ ସରକାରଙ୍କୁ ୫୬ ଇଞ୍ଚର ଛାତି ଦେଖାଇବା ପାଇଁ ଆହ୍ୱାନ କରୁଛନ୍ତି । ଏଭଳି ସମୟରେ ସରକାର ଆଲୋଚନା ଭଳି ଆତ୍ମଘାତୀ ପଦକ୍ଷେପ କେବେହେଲେ ଗ୍ରହଣ କରିବେ ନାହିଁ । ଏହା ଜାଣିସୁଦ୍ଧା କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସୀମାନ୍ତରେ ଆମ ଯବାନମାନଙ୍କ ଉପରେ ସାମାନ୍ୟତମ ଆଞ୍ଚ ମଧ୍ୟ ଜନତାଙ୍କୁ ଭାବବିହ୍ୱଳ କରିବ । ଏହାର ଫାଇଦା ନେଇ ପାକିସ୍ତାନ ଆଲୋଚନା ପାଇଁ ନାଟକ କରୁଛି । ପାକିସ୍ତାନ ଭଲଭାବେ ଜାଣିଛି ଯେ, ଭାରତ ଏଭଳି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ । ଏହାଦ୍ୱାରା ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ବିରୋଧରେ ଭଲେଇ ହେବା ପାଇଁ ସୁଯୋଗ ପାଇବ । ଆମେ ଆଲୋଚନା ଚାହୁଁଛୁ, କାରଣ ଆମେ ଶାନ୍ତିପ୍ରିୟ ରାଷ୍ଟ୍ର । ହେଲେ ଭାରତ ଆଲୋଚନା କରାଇ ଦେଉନାହିଁ । ଏହାଦ୍ୱାରା ଭାରତ ଛବି ଖରାପ ପାଇଁ ଉଦ୍ୟମ ହେବ । ଏହା ପାକିସ୍ତାନର ପୁରୁଣା ଚାଲ । ପ୍ରାୟ ପ୍ରତିବର୍ଷ ଜାତିସଂଘର ସାଧାରଣ ଅଧିବେଶନ ପୂର୍ବରୁ ପାକିସ୍ତାନ ଏଭଳି ନାଟକବାଜି କରିଥାଏ । ଏହି ଶତ୍ରୁ ରାଷ୍ଟ୍ରର ଚାଲ ଏବେ ଭାରତ ବୁଝି ସାରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ୧୪ ତାରିଖରେ ଏହି ପତ୍ର ଲେଖିଥିଲେ । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ । ତେବେ ପାକିସ୍ତାନୀ ରେଞ୍ଜର୍ସର ଗୁଳିରେ ଭାରତର ୨ଜଣ ଜବାନଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଏବଂ ବୁରହାନ ୱାନୀ ସମେତ ଜମ୍ମୁ-କାଶ୍ମୀରର ୨୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ସହିଦ୍ ଦର୍ଶାଇ ପାକିସ୍ତାନ ଡାକ ଟିକେଟ୍ ଜାରି କରିବା ଦ୍ୱିପକ୍ଷୀୟ ସମ୍ପର୍କକୁ ଗୁରୁତର ଭାବେ ପ୍ରଭାବିତ କରିଛି ।ଏଥିପାଇଁ ଅସୀମ ଧୈର୍ଯ୍ୟ, ସମୟ, ସମଭାବାପନ୍ନ ରାଜନୈତିକ ଚିନ୍ତା, ସର୍ବୋପରି ସମ୍ବେଦନଶୀଳତା ଆବଶ୍ୟକ । ଏହାରି ଅଭାବରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ରଦ୍ଦ ହୋଇଛି । ଅବଶ୍ୟ ଏମିତି ହେବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା । ଯଦି ପାକିସ୍ତାନର ଅନ୍ୟ ରାଜନେତା ଓ ଗଣମାଧ୍ୟମ ଏଥିରେ ନିରାଶା ବ୍ୟକ୍ତ କରିଛନ୍ତି, ତେବେ କିଛି ଅସୁବିଧା ନଥିଲା । କିନ୍ତୁ ସୀମାରେ ପାକିସ୍ତାନର ହରକତ ବାସ୍ତବିକ୍‍ ଚିନ୍ତାର ବିଷୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଲୋଚନା ନହେବା ପଛରେ ଭାରତକୁ ପାକିସ୍ତାନ ଦାୟୀ କରିବ , ଯାହା କେବଳ ଅବାନ୍ତର ନୁହେଁ, ଅସମ୍ଭ୍ରମପୂର୍ଣ୍ଣ ମଧ୍ୟ । ପାକିସ୍ତାନ ଅନୁସାରେ ଭାରତ ଆଲୋଚନା କରିବାକୁ ଚାହେଁ ନାହିଁ । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଲୋଚନା ଯେ କେବେ ସଫଳ ହୋଇପାରିବ, ତାହା ଆଶା କରାଯାଇନପାରେ । ଅବଶ୍ୟ ପାକିସ୍ତାନ ଲୋକଦେଖାଣିଆ ଭାବେ ସବୁ ସମସ୍ୟା ସମ୍ପର୍କରେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି କହିଥାଏ । ତେବେ ପାକିସ୍ତାନ ସବୁବେଳେ ବାସ୍ତବିକତା ପ୍ରତି ଏମିତି ଆଖିବୁଜି ଦେବା ନୂଆକଥା ନୁହେଁ । ଅସଲ ବିଷୟ ହେଉଛି ତା’ର କହିବା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ କୌଣସି କଥା ଶୁଣିବାକୁ ହିଁ ପ୍ରସ୍ତୁତ ନୁହେଁ । ସେଇଥିପାଇଁ ହିଁ ମୁମ୍ବଇ ଆକ୍ରମଣର ଦୋଷୀମାନଙ୍କୁ ଯେତେବେଳେ ଦଣ୍ଡଦେବା କଥା ଭାରତ ଉଠାଇଛି ସବୁବେଳେ ନ୍ୟାୟପାଳିକାର ସ୍ୱାୟତ୍ତତା ନେଇ ଯୁକ୍ତି ଦେଖାଇ ଖସିଯିବାକୁ ଚେଷ୍ଟା କରିଛି । ଏସବୁଠୁ ଯାହା ବଡ଼ ପ୍ରଶ୍ନ ତାହା ହେଲା ପାକିସ୍ତାନ ପ୍ରକୃତରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ କିଛି ନିର୍ଦ୍ଦିଷ୍ଟ ସୂତ୍ର ବାହାର କରିଛି କି, ଯାହାକୁ ଭାରତ ଖାରଜ କରିଦେଉଛି? ଯଦି ସେଭଳି ହୋଇଥାଏ, ତେବେ ଭାରତ ଓ ପାକିସ୍ତାନ ଉଭୟ ପକ୍ଷ ଏହାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ । ଅପରପକ୍ଷେ ପାକିସ୍ତାନ ସରକାର କାଶ୍ମୀର ସମସ୍ୟା ଭଳି ଏକ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲା ନେଇ ଏମିତି କୌଣସି ଚିନ୍ତାଶୀଳ ପ୍ରସ୍ତାବ ଦେବାର ଦେଖାଯାଇନାହିଁ, ଯେଉଁଥିରୁ କିଛି ସମାଧାନ ବାହାରିପାରିବ; ବରଂ ଏମିତି କହିଲେ ଠିକ୍‍ ହେବ ଯେ ପାକିସ୍ତାନ ସବୁବେଳେ କିଛି ନା କିଛି ଦୋଷ ଭାରତ ଉପରେ ଲଦିଦେଇ ନିଜକୁ ସମ୍ପୂର୍ଣ୍ଣ ଠିକ୍‍ ବୋଲି ପ୍ରମାଣିତ କରିବାର ଅପଚେଷ୍ଟା କରିଆସିଛି । ପାକିସ୍ତାନର କୂଟନୀତି ବିଫଳ । କାରଣ ଏଠାରେ ସରକାର ବା ଅମଲା କିଛି କାମ କରେ ନାହିଁ । କେବଳ ସେନା ହିଁ କାମ କରେ । ସେ ଦେଶର ଉଚ୍ଚ ସରକାରୀ ଅମଲାଙ୍କ ଭିତରୁ ୧୦ ପ୍ରତିଶତ ହେଉଛନ୍ତି ସୈନ୍ୟବାହିନୀର ଅଫିସର । ପାକିସ୍ତାନୀ ସେନା ମଧ୍ୟ ହେଉଛି ଗୋଟିଏ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ । ଏହାର ବଜାର ମୂଲ୍ୟ ଆଜି ପାଖାପାଖି ୯୦ ହଜାର କୋଟି ଟଙ୍କା । ବୋଧହୁଏ ସେନା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ବିଲ୍‍ଡର । କାରଣ ଅଫିସରମାନଙ୍କ ଆନୁଗତ୍ୟ କିଣିବା ପାଇଁ ସେମାନଙ୍କୁ ମନମୁତାବକ ଜମି ଓ ଘର ଯୋଗାଇ ଦେବା ହେଲା ଏହାର ଗୋଟିଏ ବଡ଼ କାମ । ଏକଥା ସତ ଯେ ପାକିସ୍ତାନର ରାଜନୈତିକ ଦଳସବୁ ହେଉଛନ୍ତି ଭୟଙ୍କର ଭାବରେ ଦୁର୍ନୀତିଗ୍ରସ୍ତ ତଥା ସାମନ୍ତବାଦୀ । କୌଣସି ଦଳ ଭିତରେ ଆତ୍ମଘୋଷିତ ଗଣତନ୍ତ୍ର ଅଛି ବୋଲି କୁହାଯାଇ ପାରିବ ନାହିଁ, କିନ୍ତୁ ପାକିସ୍ତାନକୁ ରାଜନୈତିକ ଦୃଷ୍ଟିରୁ ପଛୁଆ କରି ରଖିବାରେ ସେନାର ଅବଦାନ ମଧ୍ୟ କିଛି କମ୍‍ ନୁହେଁ । ଅଳ୍ପ କେତୋଟି ନିର୍ବାଚନକୁ ଛାଡ଼ିଦେଲେ ଅଧିକାଂଶ କ୍ଷେତ୍ରରେ ଗଣତାନ୍ତ୍ରିକ ନିର୍ବାଚନ ପାଇଁ ସେମାନେ ବାଧା ସୃଷ୍ଟି କରିଆସିଛନ୍ତି । ସ୍ୱାଧୀନତା ପରଠାରୁ ଯଦି ପାକିସ୍ତାନରେ ନିୟମିତ ଭାବରେ ନିର୍ବାଚନ ହୋଇ ଆସୁଥାନ୍ତା ତେବେ ବୋଧହୁଏ ସେଠିକା ପରିସ୍ଥିତି ଆଜି ଭିନହୋଇଥାଆନ୍ତା । ସୈନ୍ୟବାହିନୀର ଆଚରଣ ଯୋଗୁଁ କେବଳ ଗଣତନ୍ତ୍ର କ୍ଷତିଗ୍ରସ୍ତ ହୋଇନାହିଁ, ପାକିସ୍ତାନର ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ବିକାଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବା କଥା ତାହା ଚାଲିଯାଇଛି ସେନାର ସେବା ନିମନ୍ତେ । ଯଦି ସେନା ସବୁକ୍ଷେତ୍ରରେ ହସ୍ତକ୍ଷେପ ନ କରୁଥା’ନ୍ତା ତେବେ ପାକିସ୍ତାନ ହୁଏତ ଆଜି ଗୋଟିଏ ସମୃଦ୍ଧିଶାଳୀ ଦେଶରେ ପରିଣତ ହୋଇଯାଆନ୍ତାଣି । କିନ୍ତୁ ଏହା ସମ୍ଭବ ହେଉ ନାହିଁ କାରଣ ପାକିସ୍ତାନର ସେନା ଏହା ହେବାକୁ ଦେଉ ନାହିଁ । ଇମ୍ରାନ ମଧ୍ୟ ସେନାର ପିଆଦା । ସେନା ବୁ୍ଦ୍ଧିରେ ସେ ପୁରୁଣା ଚାଲ ଖେଳିଛନ୍ତି । ମୂଳ କଥା ହେଉଛି ବର୍ତ୍ତମାନ ପାକିସ୍ତାନ ସରକାରର ଦୃଷ୍ଟି କାଶ୍ମୀର ଉପରେ ନୁହେଁ, ରହିଛି ଆଫଗାନିସ୍ତାନ ଉପରେ । ସେଠାରେ ଭାରତର ଭୂମିକା ଓ ଆମେରିକାରର ରଣନୀତି ନେଇ ଅତ୍ୟନ୍ତ କ୍ଷୁବ୍ଧ ଓ ନିରାଶ ହୋଇପଡ଼ିଛି ପାକିସ୍ତାନ । ତେଣୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଭାରତକୁ ନିନ୍ଦିତ କରିବାକୁ ଚାହେଁ । ଅପରପକ୍ଷେ ଆମେରିକା ପାକିସ୍ତାନ ଠାରୁ ଦୂରେଇ ଯାଉଥିବାରୁ ପାକିସ୍ତାନ ଜାଣି ଶୁଣି ଭାରତକୁ ଅପମାନିତ କରି ଅନ୍ତରାଷ୍ଟ୍ରୀୟ ସମୁଦାୟ ବିଶେଷ କରି ଆମେରିକାକୁ ଭାରତର ମନ୍ଦ ଉଦ୍ଦେଶ୍ୟ ଥିବା ଜଣାଇବାକୁ ଚାହେଁ । ଯିଏ ନିଜେ ଅଶାନ୍ତ ଓ ଅସ୍ଥିର ସମୟ ଦେଇ ଗତି କରୁଛି, ସେ ଏକ ସକାରାତ୍ମକ ଆଲୋଚନା କାହା ସାଂଗରେ କରିପାରିବ ତାହା ଭାବିବା ଠିକ୍‍ ହେବନାହିଁ । ଏଭଳି ସ୍ଥିତିରେ ଭାରତ ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ରଦ୍ଦ କରିଦେବା ଉଚିତ ହୋଇଛି । ଚତୁର ପରାମର୍ଶ ଅନୁସାରେ ଗୋଟିଏ ପଟୁ ନିଜର ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା କରିବା ସହ ପୃଥିବୀର ଅନ୍ୟ ଦେଶଗୁଡ଼ିକ ସଙ୍ଗେ ରାଜନୈତିକ ଓ କୂଟନୈତିକ ସମ୍ବନ୍ଧକୁ ଅଧିକ ମଜଭୁତ କରିବାକୁ ଭାରତ ଚେଷ୍ଟା ଜାରି ରଖିବା ଆବଶ୍ୟକ । ଆନ୍ତର୍ଜାତିକ ସ୍ତରରେ ଭାରତର ଆର୍ଥିକ ସଂପନ୍ନତା ଓ ରାଜନୈତିକ ଗୁରୁତ୍ୱ ପ୍ରତିପାଦନ ହିଁ ପାକିସ୍ତାନର ଆଚାର ବ୍ୟବହାରକୁ ବଦଳାଇବାରେ ସକ୍ଷମ ହେବ ।

ଭାରତ-ପାକ ଆଲୋଚନା ରଦ୍ଦ


ନୂଆଦିଲ୍ଲୀ,୨୦/୯ : ସୀମାରେ ପାକିସ୍ତାନର ବର୍ବରତା ଯୋଗୁଁ ଭାରତ ସରକାର ପାକିସ୍ତାନ ଓ ଭାରତର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ନ୍ୟୁୟର୍କରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଅନୌପଚାରିକ ବୈଠକକୁ ରଦ୍ଦ କରିଦେଇଛନ୍ତି  । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏବଂ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକ ଓ ଜାତିସଂଘର ଆଗାମୀ ସାଧାରଣ ଅଧିବେଶନ ସମୟରେ ଆଲୋଚନା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଥିଲେ । ଏହାକୁ ଭାରତ ଗୁରୁବାର ଗ୍ରହଣ କରିବା ସହ ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଚଳିତ ମାସ ଅନୌପଚାରିକ ବୈଠକ ହେବ ବୋଲି ଦର୍ଶାଇଥିଲା । କିନ୍ତୁ ସୀମାରେ ଭାରତର ୨ଜଣ ଜବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ବର୍ବର ଭାବେ ହତ୍ୟା କରିବା ଓ କାଶ୍ମୀରର ୨୦ଜଣ ଆତଙ୍କବାଦୀଙ୍କୁ ଶହୀଦ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାକସ୍ତାନ ଡାକ ଟିକେଟ ଜାରି କରିବା ପରିପ୍ରେକ୍ଷୀରେ ଭାରତ ସରକାର ଏହି ପ୍ରସ୍ତାବିତ ଆଲୋଚନାକୁ ରଦ୍ଦ କରିଦେଇଛନ୍ତି । ଏଥିନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈଜଲ ଗତକାଲି କହିଥିଲେ ଯେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ମୋଦିଙ୍କୁ ଇମ୍ରାନ୍ ପ୍ରସ୍ତାବ ଦେଇଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ଇମ୍ରାନ ଏହି ପତ୍ରରେ ଦର୍ଶାଇଥିଲେ । ଏଥିରେ ସେ ବାଣିଜ୍ୟ, ଦୁଇ ଦେଶର ଜନତାଙ୍କ ମଧ୍ୟରେ ସମ୍ପର୍କ, ମାନବିକ ପ୍ରସଙ୍ଗ, ଧର୍ମୀୟ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଅଟକି ରହିଥିବା ଆଲୋଚନା ପ୍ରକ୍ରିୟା ପୁଣି ଆରମ୍ଭ କରିବା ପାଇଁ ସେ ମୋଦିଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏଥିନେଇ ଭାରତର ଉତ୍ତର ପାକିସ୍ତାନ ଅପେକ୍ଷା କରିଥିବା ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ପାକିସ୍ଥାନର ନିବେଦନ କ୍ରମେ ଭାରତ ସରକାର ବୈଦେଶିକ ମନ୍ତ୍ରୀସ୍ତରୀୟ ଅନୌପଚାରୀ ଆଲୋଚନା ପାଇଁ ରାଜି ହୋଇଥିଲେ  । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟୁୟର୍କରେ ଜାତିସଂଘର ଆଗାମୀ ସାଧାରଣ ପରିଷଦ ବୈଠକ ପରିପେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇପାରେ । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା କରି ସ୍ଥାନ ଓ ସମୟ ଧାର୍ଯ୍ୟ କରାଯିବାର ଥିଲା  । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନୀ ପ୍ରତିପକ୍ଷ ମକଦୁମ୍ ଶାହା ମେହମୁଦ୍ କ୍ୟୁରେସି ଏହି ଆଲୋଚନାରେ ଅଂଶ ଗ୍ରହଣ କରଥାନ୍ତେ  । କିନ୍ତୁ ଏହା ସତ୍ତେ୍ୱ ପାକିସ୍ତାନ ପ୍ରତି ଭାରତର ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଭାରତ ସ୍ପଷ୍ଟ କରିଥିଲା  । ଏହି ପ୍ରସ୍ତାବିତ ଅନୌପଚାରିକ ଆଲୋଚନାକୁ ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ବୋଲି ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରକକ୍ତା ରବିଶ କୁମାର କହିଥିଲେ । ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦୋମୁହାଁ ନୀତି ଯୋଗୁଁ ଏବେ ଏସବୁରେ ପୂର୍ଣ୍ଣଛେଦ ପଡିଛି ।

Tuesday, 18 September 2018

ତେଲେଙ୍ଗାନା ଅନର କିଲିଂ ପଛରେ ଆଇଏସ୍‍ଆଇ ଲିଙ୍କ


ନାଲଗୋଣ୍ଡା/ତେଲେଙ୍ଗାନା, ୧୮/୯: ଅନ୍ୟ ଜାତିରେ ବିବାହ କରିଥିବା ଯୁବକଙ୍କୁ ନିର୍ମମ ହତ୍ୟା ପଛରେ ଘଟଣାର ରହସ୍ୟ ଖୋଲିଛି ବିହାର ପୁଲିସ  । ହତ୍ୟା ପଛରେ ଆଇଏସ୍‍ଆଇ ଲିଙ୍କ୍‍ ଥିବା ବିହାର ପୁଲିସ ଦାବି କରିଛି  । ଏହି ହତ୍ୟା ପାଇଁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି  । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ବିହାର ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନାଥାଉ କି, ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ମିରୟାଲଗୁଡ଼ା ଟାଉନ୍‍ରେ ୨୩ ବର୍ଷ ବୟସ୍କ ଇଞ୍ଜିନିୟର ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବାବେଳ ହଠାତ୍‍ ପଛପଟରୁ ଜଣେ ବ୍ୟକ୍ତ ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା  । ଫଳରେ ଘଟଣାସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା  । ହସ୍ପିଟାଲ୍‍ ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି  । ଅନ୍ୟପଟେ ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍‍ ସମୟରୁ ପ୍ରେମ ସମ୍ପର୍କ ଥିଲା  । ପ୍ରଣୟ ଅନୁସୂଚିତ ଜାତିର ହୋଇଥିବାବେଳେ ଅମୃତା ବୈଶ୍ୟ ଜାତିର  । ଦୁଇ ପକ୍ଷର ପରିବାରଙ୍କ ବିରୋଧ ସତ୍ତେ୍ୱ ସେମାନେ ଗତ ୮ ମାସ ତଳେ ବିବାହ କରିଥିଲେ  । ତେବେ ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି  । ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ ଗିରଫ କରିଥିଲା  । ସେପଟେ ମାରୁତିଙ୍କ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିଲା  । ତେଣୁ ଏହି ବିବାହକୁ ରୋକିବା ପାଇଁ ପ୍ରଣୟଙ୍କ ପରିବାର ଉପରେ ମାରୁତି ରାଜନୈତିକ ଚାପ ପକାଉଥିବା ଅମୃତା ପୁଲିସ ଆଗରେ କହିଥିଲେ  । ମାରୁତିଙ୍କ ରିୟଲ ଇଷ୍ଟେଟ୍‍ ବ୍ୟବସାୟ ଥିବା ସେହି ଅଞ୍ଚଳରେ ତାଙ୍କର ପ୍ରତିପତ୍ତି ରହିଛି  । ତେଣୁ ସ୍ଥାନୀୟ .ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କୁ ପୁଲିସ ପଚରାଉଚୁରା କରୁଛି  । ପ୍ରାଥମିକ ତଦନ୍ତ ଆଧାରରେ ଏହି ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୁଲିସ ଅନୁମାନ କରିଥିଲା  । ଅଧିକ ଖୋଳତାଡ଼ କରିବା ପରେ ଏହି ଘଟଣାରେ ପୁଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି  । ୨୦୦୩ରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ହରେନ ପାଣ୍ଡ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଏହି ବ୍ୟକ୍ତିକୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଥିଲା

Sunday, 9 September 2018

देहली में गिरफ्तार संदिग्ध आतंकी ने कहा, ‘पूरी दुनिया में कट्टरपंथ फैलाना चाहते हैं हम !’


देहली पुलिस की स्पेशल सेल ने जम्मू-कश्मीर इस्लामिक स्टेट के साथ कथित संबंध को लेकर जमशेद जहूर पॉल और परवेज राशिद लोन उर्फ शाहिद को गुरुवार रात लाल किला के पास जामा मस्जिद बस स्टैंड से गिरफ्तार किया गया था।
पुलिस के अनुसार, संदिग्ध आतंकवादियों में शामिल जमशेद जहूर पॉल ने कहा, ‘हम पूरी दुनिया में कट्टरपंथ का प्रसार करना चाहते हैं !’ जांचकर्ताओं ने कहा कि जम्मू-कश्मीर के शोपियां जिले के रहनेवाले दोनों संदिग्ध आतंकवादी बेहद कट्टर हैं और उनके पास से जब्त किए गए फोन में वीडियो हैं। उन्होंने कहा कि कुछ नोटबुक भी जब्त किए गए हैं, जिनकी पुलिस जांच कर रही है।
पुलिस उपायुक्त (स्पेशल सेल) प्रमोद सिंह कुशवाहा ने बताया कि लोन ने उत्तर प्रदेश के अमरोहा से २०१६ में सिविल इंजीनियरिंग में बीटेक किया था और राज्य के गजरौला से एमटेक कर रहा था।
डीसीपी ने बताया कि सितंबर २०१६ में उसका भाई फिरदौस हिज्बुल मुजाहिदीन से जुडा और उसके बाद आईएसजेके में शामिल हो गया था। उन्होंने बताया कि इस साल जनवरी में जम्मू-कश्मीर के शोपियां में सुरक्षा बलों के साथ मुठभेड में फिरदौस मारा गया था।
पुलिस ने बताया कि फिरदौस पर तीन लाख रुपये का इनाम घोषित था। उन्होंने बताया कि छोटे भाई के मारे जाने से बुरी तरह प्रभावित होकर लोन आईएसजेके से जुड गया। पॉल जम्मू-कश्मीर में इलेक्ट्रिकल इंजीनियरिंग में डिप्लोमा के अंतिम वर्ष का छात्र है।
पुलिस ने बताया कि अप्रैल, २०१७ में हिज्बुल मुजाहिदीन के आतंकी सबजर भट्ट को दफनाए जाने के समय पॉल की मुलाकात तराल के रहनेवाले शौकत से हुई थी। शौकत का रिश्तेदार सैय्यद ओवैसी शफी (जो बाद में एक मुठभेड में मारा गया) उस समय एक सक्रिय आतंकी था।
शफी ने ही पॉल की पहचान आईएसजेके के वर्तमान प्रमुख आसिफ उर्फ उमर इब्न नजीर से कराई थी। अधिकारी ने बताया कि पॉल पिछले आठ माह से इन्क्रिप्टेड मोबाइल मैसेजिंग ऐप के जरिये आसिफ से नियमित संपर्क में था।
पॉल और लोन इस वर्ष आईएसजेके से जुडे थे और उत्तर प्रदेश से देहली में हथियारों की तस्करी में शामिल थे।
स्त्रोत : न्यूज 18

देहली पुलिस की स्पेशल सेल ने लालकिले के पास से पकडे इस्लामिक स्टेट के २ आतंकी

नई देहली : देहली पुलिस की स्पेशल सेल ने गुरुवार रात परवेज और जमशेद नाम के २ आतंकवादियों को गिरफ्तार किया है। पुलिस ने इन आतंकियों को लाल किले के पास जामा मस्जिद बस स्टॉप से पकडा। इस बात की जानकारी शुक्रवार को स्पेशल सेल के डीसीपी ने दी। पुलिस के अनुसार ये दोनों ही आतंकी इस्लामिक स्टेट इन जम्मू कश्मीर (ISJK) से जुडे हुए हैं। आइएसजेके यह दावा करता है कि वह इस्लामिक स्टेट से ही जुडा संगठन है।
पुलिस ने बताया कि, इन आतंकियों के पास से २ पिस्टल, १० कारतूस और ४ मोबाइल फोन भी बरामद किए गए। पुलिस द्वारा दी गई जानकारी के अनुसार इन आतंकियों ने जब्त किए हथियार उत्तर प्रदेश से खरीदे थे। ये आतंकी देहली से कश्मीर जा रहे थे।
सूत्रों के अनुसार ये आतंकी कश्मीर के रहने वाले हैं। पुलिस ने इन दोनों के खिलाफ एफआईआर दर्ज कर ली है और इंटेलिजेंस एजेंसियां दोनों से पूछताछ कर रही हैं। साथ ही पुलिस ने बताया कि गिरफ्तार आतंकी परवेज के भाई की मौत जनवरी में सुरक्षाबलों के साथ हुए एनकाउंटर में हो गई थी। परवेज पहले आतंकी संगठन हिज्बुल मुजाहिद्दीन का सदस्य था और बाद में उसने इस्लामिक स्टेट इन जम्मू कश्मीर जॉइन कर लिया था।
गिरफ्तार आतंकीयों ने पुलिस को बताया कि उनका पहला लीडर उमर नजीर है और नंबर २ पर आदिल थोकर है। वे दोनों ही आदिल थोकर के आदेश का पालन कर रहे थे। दोनों आतंकियों को फिलहाल 5 दिनों की पुलिस रिमांड पर भेज दिया गया है।
स्त्रोत : नवभारत टाइम्स